କେନ୍ଦ୍ରାପଡ଼ା ଅଫିସ,୫।୪: କେନ୍ଦ୍ରାପଡ଼ା ବ୍ଲକ ସାରଙ୍ଗ ମଧୁରକୂଳ ପାଟନାଳି ଜବରଦଖଲ ବଢ଼ିଛି। ଏହି ଜବରଦଖଲର ଉଚ୍ଛେଦ ଦାବି କରି ସ୍ଥାନୀୟ ଅଞ୍ଚଳର ଚାଷୀମାନେ କେନ୍ଦ୍ରାପଡ଼ା ଏଡିଏମ୍ଙ୍କୁ ମଙ୍ଗଳବାର ଏକ ଦାବିପତ୍ର ଦେଇଛନ୍ତିା
ଏସମ୍ପର୍କରେ ସନ୍ତୋଷ କୁମାର ବେହେରା କହିଛନ୍ତିଯେ, ଏହି ପାଟନାଳି ମାଧ୍ୟମରେ ୧୧ ପଡ଼ା ଅଞ୍ଚଳର ଚାଷୀମାନେ ଚାଷ କାର୍ଯ୍ୟ କରିଥାନ୍ତି। ଡ୍ରେନେଜ କଟ ଅଧୀନରେ ଥିବା ଏହି ପାଟନାଳୀର ଦୀର୍ଘଦିନ ଧରି ପୁର୍ନଦ୍ଧାର ହୋଇନାହିଁ। ଫଳରେ ନାଳୀ ନିକଟସ୍ଥ ଚାଷୀମାନେ ନିଜ ଚାଷଜମିକୁ ନାଳ ଉପରକୁ ବଢ଼ାଇ ଜବରଦଖଲ କରୁଛନ୍ତି । ଜବରଦଖଲକାରୀଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ପାଟନାଳିରେ ପୂର୍ବପରି ଶେଷ ମୁଣ୍ଡରେ ପାଣି ପହଞ୍ଚିି ପାରୁନାହିଁ। ଏ ସମ୍ପର୍କରେ ଏଡିଏମ ପିତାମ୍ବର ସାମଲ କହିଛନ୍ତିଯେ, ଅଭିଯୋଗ ବିଷୟରେ ତଦନ୍ତ ହେବ। ଆବଶ୍ୟକମୁତାବକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦାବିପତ୍ର ପ୍ରଦାନ ସମୟରେ ନରହରି ବେହେରା, ବିଧୁଭୂଷଣ ମହାପାତ୍ର, ନଳିନୀକାନ୍ତ ବେହେରା, ରଞ୍ଜନ କୁମାର ବେହେରା, ନକୁଳ କୁମାର ଜେନା ପ୍ରମୁଖ ସାମିଲ ହୋଇଥିଲେ।