ପାଟଣାର ଝିଅ ପ୍ରିୟଦର୍ଶିନୀପାଇଲେ ଓଏଏସ୍: କହିଲେ ମହିଳା ସଶକ୍ତୀକରଣ ପାଇଁ…

ପାଟଣା,୨୨ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡୁମୁରିଆ ପଞ୍ଚାୟତ ତଣ୍ଡୋ ଗ୍ରାମର ପ୍ରୀୟଦର୍ଶିନୀ ନାଏକ ଓଡ଼ିଶା ପ୍ରଶାସନିକ ସେବାରେ ୬୫୬ ର଼୍ୟାଙ୍କ ରଖି ସଫଳତା ହାସଲ କରିିଛନ୍ତି। ତାଙ୍କ ବାପା ଭାଗବତ ନାଏକ କେନ୍ଦୁଝର ସଦର ବ୍ଲକ୍‌ର ଏବିଡିଓ ଭାବେ କାର୍ଯ୍ୟ କରୁଛନ୍ତି। ମା’ କୁନ୍ତଳା ନାଏକ ଜଣେ ଗୃହିଣୀ। ପ୍ରିୟଦର୍ଶିନୀ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗଦେଇ କାର୍ଯ୍ୟକାଳ ମଧ୍ୟରେ ମହିଳା ସଶକ୍ତି କରଣ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଦ୍ୱିିତୀୟ ଥରରେ ସେ କୃତକାର୍ଯ୍ୟ ହୋଇଛନ୍ତି। ଏଥିପାଇଁ ସେ ୮ ଘଣ୍ଟା ପରିଶ୍ରମ କରୁଥିଲେ। ହିଞ୍ଜିଳିକାଟୁ ଶିଶୁମନ୍ଦିରରେ ମାଟ୍ରିକ ପଢିଥିବା ବେଳେ, ଯୁକ୍ତ ୨ ବିଜ୍ଞାନ ବ୍ରହ୍ମପୁର ସରକାରୀ ବିଦ୍ୟାଳୟ, ଯୁକ୍ତ ୩ ବିଜ୍ଞାନ କମଳା ନେହେରୁ ମହିଳା ମହାବିଦ୍ୟାଳୟ, ଓୟୁଏଟି ଭୁବନେଶ୍ୱରରେ ଜୁଲଜୀରେ ପୋଷ୍ଟ ଗ୍ରାଜୁଏଟ ପାସ୍‌ କରିଛନ୍ତି। ପିଲାଟି ବେଳରୁ ସେ ଜଣେ ମେଧାବୀ ଛାତ୍ରୀ ଥିଲେ। ମାଟ୍ରିକରୁ ପିଜି ପର୍ଯ୍ୟନ୍ତ ସେ ସବୁଥିରେ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି।

Share