Categories: ଜାତୀୟ

ଇଡି ହେପାଜତକୁ ଗଲେ ଶିବସେନା ନେତା ସଞ୍ଜୟ ରାଉତ

ମୁମ୍ବାଇ,୩୧ ।୭: ପାତ୍ର ଚାୱଲା ଜମି ଘୋଟାଲା ମାମଲାରେ ରବିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶିବସେନା ନେତା ସଞ୍ଜୟ ରାଉତଙ୍କୁ ୯ ଘଣ୍ଟାର ପଚରା ଉଚରା ପରେ ଅପରାହ୍ନରେ ହେପାଜତକୁ ନେଇଛି । ମନି ଲଣ୍ଡରିଂ ମାମଲାରେ ରବିବାର ସକାଳେ ଇଡିର ଟିମ ସଞ୍ଜୟ ରାଉତଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ପହଞ୍ଚିଥିଲା । ଗୋରେଗାଓଁ ପାତ୍ର ଚାୱଲାର ପୁନର୍ବିକାଶ ଘୋଟାଲା ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ପଚରା ଉଚରାଉଚରା ପାଇଁ ଇଡି ରାଜ୍ୟ ସଭା ସଦସ୍ୟ ସଞ୍ଜୟ ରାଉତଙ୍କୁ ୨ ଥର ନୋଟିସ କରିଥିଲା । ହେଲେ ସେ ହାଜର ହୋଇ ନ ଥିଲେ ।
ରବିବାର ଏହାକୁ ନେଇ ଇଡି ସଞ୍ଜୟ ରାଉତଙ୍କ ଘରେ ଯାଞ୍ଚ ଆରମ୍ଭ କରଥିଲା । ଏହି ସମୟରେ ସଞ୍ଜୟ ଟୁଇଟ କରିଥିଲେ ଯେ, ମହାରାଷ୍ଟ୍ର ଓ ଶିବସେନାର ଲଢେଇ ଜାରି ରହିବ । ସୂଚନାଯୋଗ୍ୟ, ୨ ଦିନ ପୂର୍ବେ ଏହି ମାମଲାର ଜଣେ ସାକ୍ଷି ପୋଲିସକୁ କହିଥିଲେ, ତାଙ୍କୁ ଏବେ ଫୋନ ଯୋଗେ ଧମକ ମିଳୁଛି କି ସଞ୍ଜୟ ରାଉତଙ୍କ ବିରୋଧରେ ସେ ଇଡିକୁ ଯେଉଁ ବୟାନ ଦେଇଛନ୍ତିି ତାକୁ ଫେରାଇ ନିଅନ୍ତୁ ।

Share