Categories: ବାଣିଜ୍ୟ

ପୁରୀରେ ଖୋଲିଲା ପାତ୍ର ଇଲେକ୍ଟ୍ରୋନିକ୍ସର ୩୧ତମ ଷ୍ଟୋର

ଭୁବନେଶ୍ୱର,୨୮।୧୦(ଅନୁରାଧା ମହାରଣା): ପୁରୀ ଭିଆଇପି ରୋଡ୍‌ରେ ପାତ୍ର ଇଲେକ୍ଟ୍ରୋନିକ୍ସର ୩୧ତମ ଷ୍ଟୋର ଖୋଲାଯାଇଛି। ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ରିଟେଲ ମାର୍କେଟିଂ ହେଡ୍‌ ମନୀଷ ଗୁପ୍ତା, ବିହାର ଓ ଓଡ଼ିଶା ରିଜିଓନାଲ ବିଜ୍‌ନେସ୍‌ ହେଡ୍‌ ଅଶେଷ ନନ୍ଦ, ବ୍ରାଞ୍ଚ ମ୍ୟାନେଜର ସନ୍ଦୀପ ପାତ୍ର ପ୍ରମୁଖ ଯୋଗଦେଇ ଏହି ଷ୍ଟୋରର ଉଦ୍‌ଘାଟନ କରିଛନ୍ତି । ପାତ୍ର ଇଲେକ୍ଟ୍ରୋନିକ୍ସର ମ୍ୟାନେଜିଂ ଡାଇରେକ୍ଟର କୈଳାସ ପାତ୍ର ଏହି ଅବସରରେ ଗ୍ରାହକଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂଚନା ଥାଉକି, ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାତ୍ର ଇଲେକ୍ଟ୍ରୋନିକ୍ସର ୩୦ଟି ଷ୍ଟୋର ରହିଛି।

Share