Categories: ବାଣିଜ୍ୟ

ପାତ୍ର ଇଲେଟ୍ରୋନିକ୍ସର ବିଗ୍‌ ଫେଷ୍ଟିଭାଲ ସେଲ୍‌

ଭୁବନେଶ୍ୱର,୪।୧୦: ରାଜ୍ୟର ପ୍ରମୁଖ ରିଟେଲ ଚେନ୍‌ ପାତ୍ର ଇଲେଟ୍ରୋନିକ୍ସର ବହୁ ପ୍ରତୀକ୍ଷିତ ‘ବିଗ୍‌ ଫେଷ୍ଟିଭାଲ ସେଲ୍‌ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ସେଲ୍‌ ୨୦୨୪ ଅକ୍ଟୋବର ୧୪ ପର୍ଯ୍ୟନ୍ତ ସମସ୍ତ ପାତ୍ର ଇଲେକ୍ଟ୍ରାନିକ୍ସ ଷ୍ଟୋରରେ ଉପଲବ୍ଧ। ଏହି ସେଲ୍‌ସ ଜରିଆରେ ଗ୍ରାହକମାନେ ଆକର୍ଷଣୀୟ ରିହାତି ଓ ଅଫରର ଲାଭ ଉଠାଇପାରିବେ। ଉଲ୍ଲେଖଯୋଗ୍ୟ, ଗ୍ରାହକ ମାତ୍ର ୧୦ ଟଙ୍କା ଦେଇ କେତେକ ଗୃହୋପଯୋଗୀ ସାମଗ୍ରୀ ଯଥା ମୋବାଇଲ, ଟିଭି, ଫ୍ରିଜ୍‌, ଲାପ୍‌ଟପ୍‌, କ୍ୟାମେରା,ଏସି, ଓ୍ବାଶିଂମେଶିନ, ମାଇକ୍ରୋଓଭନ, କିଚେନ ଆପ୍ଲିଆନ୍ସ ଏବଂ ଫର୍ନିଚର ଭଳି ଜିନିଷଗୁଡିକ କଷ୍ଟ ଟୁ କଷ୍ଟ ପ୍ରାଇସ୍‌ ଓ ସହଜ କିସ୍ତିରେ ଯୋଗାଇ ଦିଆଯାଉଛି। ଏପରିକି ୩୬ମାସ ପର୍ଯ୍ୟନ୍ତ ଇଏମ୍‌ଆଇ, ଗୋଟିଏ ଇଏମ୍‌ଆଇ ମାଗଣା ସହିତ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍‌ ମଧ୍ୟ ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି। ସେହିଭଳି ମହାବିଦ୍ୟାଳୟର ଛାତ୍ର ସେମାନଙ୍କର କଲେଜ ଆଇଡି କାର୍ଡ ଦେଖାଇ ମୋବାଇଲ କିଣିଲେ ୫୦୦ ଟଙ୍କାର ଅତିରିକ୍ତ ରିହାତି ମିଳୁଛି। ଏପରିକି କୌଣସି ପୁରୁଣା ଜିନିଷ ବଦଳାଇ ନୂଆ ଜିନିଷ କିଣିଲେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ସୁବିଧା ରହିଛି। ସେହିପରି କୌଣସି ପୁରୁଣା ମୋବାଇଲକୁ ଅପ୍‌ଗ୍ରେଡ୍‌ କରାଇଲେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ଏପରିକି ପୁରୁଣା ଫର୍ନିଚର ବଦଳାଇ ସହଜ କିସ୍ତିରେ ନୂଆ ଫର୍ନିଚର ଗ୍ରାହକ ନେଇପାରିବେ। ଏହିଭଳି ଅନେକ ପ୍ରକାର ରିହାତି ସୁବିଧା ଓ ଅଫର ଉପଲବ୍ଧ ରହିଛି। ଏପରିକି ଉପରୋକ୍ତ ଅଫର ଭିନ୍ନ ଭିନ୍ନ କମ୍ପାନୀର ବିଭିନ୍ନ ମଡେଲ ଉପରେ ଉପଲବ୍ଧ ଓ ସର୍ତ୍ତାବଳୀ ଲାଗୁ ରହିଛି।

Share