ଏହି ଅଭିନେତ୍ରୀଙ୍କୁ ସରକାରୀ ଅଫିସର କରିବାକୁ ଚାହୁଁଥିଲେ ବାପା

‘ସିଟି ଲାଇଟ୍‌ସ୍‌’, ‘ଲଭ୍‌ ଗେମ୍‌ସ’ ପରି ଫିଲ୍ମରେ ଅଭିନୟ କରିସାରିଥିବା ଅଭିନେତ୍ରୀ ପତ୍ରଲେଖା ଫେବୃୟାରୀ ୨୦ରେ ନିଜର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ମେଘାଳୟର ଶିଲଂରେ ସେ ଜନ୍ମଗ୍ରହଣ କରିଥିଲେ।ଅଭିନୟ ସାଙ୍ଗକୁ ଅଭିନେତା ରାଜକୁମାରଙ୍କ ସହ ରିଲେସନଶିପ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅଭିନେତ୍ରୀଙ୍କ ବାପା ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ। ତେଣୁ ବାପା ଚାହୁଁଥିଲେ ଝିଅ ମଧ୍ୟ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ହେଉ। ସ୍କୁଲ ଏବଂ କଲେଜ ସମୟରେ ଅଭିନୟ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା। ଏହି ସମୟରେ ସେ ଟିଭି ବିଜ୍ଞାପନରେ ମଧ୍ୟ କାମ କରିବାର ସୁଯୋଗ ପାଇଲେ। ପତ୍ରଲେଖା ବ୍ଲାକବେରୀ, ଟାଟା ଡୁକୋମୋ ଆଦି ଅନେକ ବିଜ୍ଞାପନରେ କାମ କରିଛନ୍ତି। ‘ସିଟି ଲାଇଫ୍‌’ରୁ ସେ ଫିଲ୍ମ ଦୁନିଆରେ ପ୍ରବେଶ କରିଥିଲେ। ଏଥିରେ ସେ ରାଜକୁମାର ରାଓଙ୍କ ସହ କାମ କରିଥିଲେ। ଏହା ପରଠାରୁ ଅର୍ଥାତ୍‌ ପ୍ରାୟ ୧୦ ବର୍ଷ ହେବ ସେମାନେ ଲିଭ୍‌ଇନ୍‌ରେ ରହିଆସୁଛନ୍ତି।

Share