ପାରାଦୀପ,୨ା୭(ସ୍ବ.ପ୍ର.): ଓଡ଼ିଶାର ପ୍ରସିଦ୍ଧ ରଥଯାତ୍ରା ମହୋତ୍ସବ ପୁରୀ ପାଇଁ ଓଡ଼ିଶା କୋଷ୍ଟଗାର୍ଡ ମୁଖ୍ୟାଳୟ ପାରାଦୀପ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ପୁରୀ ସମୁଦ୍ର ଉପକୂଳରେ ଏକ ପାଟ୍ରୋଲିଂ ଜାହାଜ ଓ ଡୋନିୟର ଏୟାରକ୍ରାଫ୍ଟ ମୁତୟନ କରାଯାଇ ୨୪ ଘଣ୍ଟିଆ ଯାଞ୍ଚ କରାଯାଉଛି ବୋଲି କୋଷ୍ଟଗାର୍ଡ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ରାଜ୍ୟ ପ୍ରଶାସନ ସହ ସମସ୍ତ ପ୍ରକାର ଯୋଗାଯୋଗ ରହିଛି। ରଥଯାତ୍ରା ସମୟରେ ପୁରୀ ଅତି ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ କୋଷ୍ଟଗାର୍ଡ ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।