ପଟ୍ଟା ନା ଏଲ୍‌ଆର୍‌ସି: ଦ୍ୱନ୍ଦ୍ୱରେ ବସ୍ତିବାସିନ୍ଦା

ଭୁବନେଶ୍ୱର,୪।୯ (ବନ୍ଦନା ସେଠୀ): ଜାଗା ମିଶନ ସର୍ଭେର ପିଛା ଛାଡୁନି ବିବାଦ। କେତେବେଳେ ସର୍ଭେରେ ହୋଇଥିବା ବ୍ୟାପକ ଜାଲିଆତି ତ ଆଉ କେତେବେଳେ ବସ୍ତିବାସିନ୍ଦା ସର୍ଭେରୁ ବାଦ୍‌ ପଡିଥିବା ଘଟଣାକୁ ନେଇ ଅଭିଯୋଗ ତାଲିକା ଲମ୍ବିଥିଲା। ଏହାକୁ ନେଇ ବସ୍ତିବାସିନ୍ଦା ଓ ବିରୋଧୀ ଦଳର ନେତୃବୃନ୍ଦ ବିଏମ୍‌ସିକୁ ଘେରିଥିଲେ। ମାତ୍ର ଅଗଷ୍ଟ ୨୮ରେ ପ୍ରଥମ ପର୍ଯ୍ୟାୟରେ ହିତାଧିକାରୀଙ୍କୁ ଦିଆଯାଇଥିବା ଜମିପଟ୍ଟା ପ୍ରମାଣପତ୍ରକୁ ଦେଖି ବିବାଦ ଜୋର୍‌ ଧରିଛି। ପଟ୍ଟା ନାମରେ ଯାହାକୁ ହିତାଧିକାରୀଙ୍କୁ ବଣ୍ଟା ଯାଇଛି ତାହା ତହସିଲଦାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ପ୍ରକୃତ ପଟ୍ଟା ନୁହେଁ ବୋଲି ବିରୋଧୀମାନେ ଅଭିଯୋଗ ଉଠାଉଛନ୍ତି। ଏଥିରେ ଲ୍ୟାଣ୍ଡ ରାଇଟ୍‌ ସାର୍ଟିଫିକେଟ (ଏଲ୍‌ଆର୍‌ସି) ଲେଖାଯାଇଥିବାବେଳେ ବିଏମ୍‌ସି କହୁଛି ପଟ୍ଟା। ତେବେ ବର୍ଷବର୍ଷ ଧରି ବସ୍ତିରେ ରହୁଥିବା ଲୋକେ ଜମିପଟ୍ଟା ପାଇବେ ବୋଲି ଯେଉଁ ଆଶା କରିଥିଲେ ଏହି କାଗଜକୁ ଦେଖି ଦ୍ୱନ୍ଦ୍ୱରେ ପଡିଥିବାବେଳେ ଭାଜପା କର୍ପୋରେଟରମାନେ ମଧ୍ୟ ବିରୋଧର ସ୍ବର ଉଠାଇଛନ୍ତି। ବହୁ ଦାବି ପରେ ଶନିବାର ମେୟରଙ୍କ ଅଧ୍ୟକ୍ଷତାରେ ସମସ୍ତ କର୍ପୋରେଟର ଏବଂ କମିଶନରଙ୍କୁ ନେଇ ଏକ ବୈଠକ ହୋଇଥିଲା। ଏଥିରେ କର୍ପୋରେଟରମାନେ ଏଲ୍‌ଆର୍‌ସିକୁ ନେଇ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଥିଲେ ବି କୌଣସି ଠିକ୍‌ ଉତ୍ତର ମିଳି ନ ଥିଲା। ଏପରିକି ମେୟର ଓ କମିଶନର ବୈଠକ ଅଧାରୁ ଉଠି ଯାଇଥିଲେ, ଯାହାକୁ ନେଇ କର୍ପୋରେଟରମାନେ ଅସନ୍ତୋଷ ପ୍ରକାଶ କରିଥିଲେ।
ସେହିପରି ଯେଉଁ ହିତାଧିକାରୀଙ୍କ ଘର ୩୨୩ବର୍ଗ ମିଟରରୁ ଅଧିକ ଜମି ରହିଛି ସେମାନଙ୍କୁ ଅବଶିଷ୍ଟ ଜମିର ବେଞ୍ଚମାର୍କ ମୂଲ୍ୟର ୧୦ ପ୍ରତିଶତ ଟଙ୍କା ପଇଠ କରିବାକୁ ପଡିବ। ଯଦି ସମ୍ପୃକ୍ତ ହିତାଧିକାରୀ ରାଶନକାର୍ଡଧାରୀ, ତେବେ ସେ ୫% ଟଙ୍କା ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବକେୟା ଟଙ୍କା ପଇଠ କରିବା ପରେ ହିଁ ସେମାନଙ୍କୁ ଏଲ୍‌ଆର୍‌ସି ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଭାଳେଣି ପଡିଛି। ଯଦି ମିଳୁଥିବା କାଗଜ ପଟ୍ଟା ନୁହେଁ, ତେବେ ଖଣ୍ଡେ ସାର୍ଟିଫିକେଟ୍‌ ପାଇବା ପାଇଁ ଲୋକମାନେ କାହିଁକି ଲକ୍ଷଲକ୍ଷ ଟଙ୍କା ବିଏମ୍‌ସିକୁ ଗଣିବେ ବୋଲି ପ୍ରଶ୍ନ କରିଛନ୍ତି। ଏନେଇ ଓ୍ବାର୍ଡ ନଂ. ୨୯ କର୍ପୋରେଟର ଅପରୂପ ନାରାୟଣ ରାଉତ ଏକ ଭିଡ଼ିଓ ଜାରି କରି ବିଏମ୍‌ସିର ଏଭଳି କାର୍ଯ୍ୟକୁ ଦୃଢ ନିନ୍ଦା କରିଛନ୍ତି। ସେ କହିଛନ୍ତି, ମୋ ଓ୍ବାର୍ଡରେ ୫୬୦ଜଣ ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୫୨୦ଜଣଙ୍କର ୩୨୩ ବର୍ଗଫୁଟରୁ ଅଧିକ ଜମି ଥିବା ତାଲିକାରେ ନାମ ପ୍ରକାଶ ପାଇଛି। ଡ୍ରୋନ୍‌ ସର୍ଭେ କରି ଜାଗା ମାପ କରାଯାଇଥିବାବେଳେ ଏଥିରେ ସ୍ବଚ୍ଛତା ରହିନାହିଁ। ଅପରପକ୍ଷେ ଗରିବ ଲୋକ ହୋଇଥିବାରୁ ସେମାନେ ବସ୍ତିରେ ଘର କରି ରହୁଛନ୍ତି। ଏଭଳି କ୍ଷେତ୍ରରେ ସେମାନଙ୍କ ପାଇଁ ଲକ୍ଷାଧିକ ଟଙ୍କା ପଇଠ କରିବା ସମ୍ଭବ ନୁହେଁ। ସେହିପରି ଯଦି ବିଏମ୍‌ସି ସେମାନଙ୍କଠାରୁ ଟଙ୍କା ନେଇ ଅର୍ବାନ ଓ୍ବେଲଫେୟାର ଫଣ୍ଡ୍‌ରେ ଜମା କରିବ ତେବେ ତାହା ଚେକ୍‌ରେ କାହିଁକି ନେଉନାହିଁ। ବର୍ତ୍ତମାନ ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ୍‌ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ହିତାଧିକାରୀଙ୍କୁ କାହିଁକି କ୍ୟାଶ୍‌ରେ ଟଙ୍କା ପଇଠ କରିବାକୁ ବାଧ୍ୟ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦିଓ ଅଭିଯୋଗ ପରେ ଏବେ ଆଉ ଟଙ୍କା ନିଆଯାଉନାହିଁ, ତେବେ ସମ୍ପୃକ୍ତ ହିତାଧିକାରୀଙ୍କୁ ଏଲ୍‌ଆରସି ମଧ୍ୟ ପ୍ରଦାନ କରାଯାଉ ନାହିଁ। ତେଣୁ ତାଲିକାରେ ନାଁ ଆସିବା ପରେ ବି ଅନେକ ଲୋକ ଏଯାଏ ଜମି ପ୍ରମାଣପତ୍ର ପାଇବାରୁ ବଞ୍ଚିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

୩ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଏସବୁ ସ୍ଥାନରେ…

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

କାହିଁକି ଦୀପାଳିଙ୍କ ନାଁରେ ଏତଲା? 

କାହିଁକି ଦୀପାଳିଙ୍କ ନାରେ ଏତଲା? ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ...

କଂଗ୍ରେସ ବିଜେଡି ମେଣ୍ଟ: ବିଜେଡିର ଚକ୍ରାନ୍ତ ଲୋକମାନେ ଜାଣନ୍ତି …

ଜାଣିଛନ୍ତଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମ୍‌ପି...

ଓଡ଼ିଶାରେ ହେବ ବିଜେଡି-କଂଗ୍ରେସ ମେଣ୍ଟ! ଭିତିରି ପ୍ଲାନ କହିଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମପି...

ମଙ୍ଗଳବାର ଭୁବନେଶ୍ୱର ବନ୍ଦ, ହେବ ବଡ଼ ଆନ୍ଦୋଳନ…

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri