ପୋତି ହୋଇଯିବ ପଟ୍ଟାମୁଣ୍ଡାଇ କେନାଲ

କେନ୍ଦ୍ରାପଡା, ୨।୮(ଜଗନ୍ନାଥ ଧଳ):
କଟକ ଜଗତପୁରଠାରୁ ବାହାରିଥିବା ପଟ୍ଟାମୁଣ୍ଡାଇ କେନାଲ ପ୍ରତି ବିପଦ ସୃଷ୍ଟି ହୋଇଛି। ପଟ୍ଟାମୁଣ୍ଡାଇ ଶୁକୁଆ ସାହିଠାରୁ କଖାରୁଣି ପୋଲ ପର୍ଯ୍ୟନ୍ତ ନୂତନ ବାଇପାସ ରାସ୍ତା ନିର୍ମାଣ କାମରେ ବ୍ୟବହାର ପଙ୍କୁଆ ମାଟି ବୋହି କେନାଲ ଶଯ୍ୟା ପୋତି ହୋଇପଡୁଛି। ଫଳରେ କେନାଲର ଜଳଧାରଣ କ୍ଷମତା ହ୍ରାସ ପାଇ ଜଳସେଚନରେ ବାଧା ସୃଷ୍ଟି ହେଉଛି। ଏହି କେନାଲ ଉପରେ ନିର୍ଭରଶୀଳ ଉତିକଣ ଭେଡା ସମେତ ପଟ୍ଟାମୁଣ୍ଡାଇର ଚାଷୀକୂଳ ପାଣି ବିନା ହଇରାଣ ହେଉଛନ୍ତି। ଏହି କେନାଲ ଉପରେ ପଟ୍ଟାମୁଣ୍ଡାଇ ଗୋବରୀ ସମ୍ପ୍ରସାରିତ କେନାଲ ସହ ୧୭ଟି ଛୋଟ ଶାଖା କେନାଲ ଓ ୫ଟି ମାଇନର କେନାଲ ରହିଛି। ତେବେ ଏ ନେଇ ଜଳସମ୍ପଦ କିମ୍ବା ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ କେନାଲରେ ଜଳ ପରିଚାଳନା ଠିକ୍‌ ହୋଇପାରୁନାହିଁ।
ସାମାଜିକ କର୍ମୀ ଜ୍ୟୋତିପ୍ରକାଶ ପ୍ରଧାନ କହିଛନ୍ତି, ଜଗତପୁରଠାରୁ ଅସିଥିବା ପଟ୍ଟାମୁଣ୍ଡାଇ କେନାଲର ବାମପାଶର୍‌ବରେ ବ୍ରାହ୍ମଣୀ ନଦୀବନ୍ଧ ରହିଛି। ଦକ୍ଷିଣପାଶର୍‌ବରେ ପଟ୍ଟାମୁଣ୍ଡାଇ କେନାଲ ଓ କେନାଲର ଦକ୍ଷିଣପାର୍ଶ୍ୱରେ ଜଳସମ୍ପଦ ବିଭାଗ ବନ୍ଧ ରହିଛି। ନିୟମ ଅଛି ଏହି କେନାଲର ଦକ୍ଷିଣ ପାଶର୍‌ବକୁ କେବେ ବି ରାସ୍ତାର ଚଉଡ଼ା ହୋଇପାରିବ ନାହିଁ। ଏହି କେନାଲର ଦକ୍ଷିଣ ପାର୍ଶ୍ୱ ପଟ୍ଟାମୁଣ୍ଡାଇ ବାଇପାସଠାରୁ ଭାୟା କଖାରୁଣି ପୋଲ ଦେଇ ରାଜନଗରକୁ ସଂଯୋଗ କରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୨୧ କୋଟି ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର କରାଯାଇ ବାଇପାସ ରାସ୍ତାର ନିର୍ମାଣ କାମ ଛାଲିଛି। ଏହି ରାସ୍ତାକୁ ଏକ ଠିକା କମ୍ପାନୀ ନେଇଥିବା ବେଳେ ଏବେ କେନାଲ ପାଶର୍‌ବ ନୟନଜୋରି ଖୋଳି ପଙ୍କ ମାଟି ପକାଉଛନ୍ତି। କେନାଲର ଦକ୍ଷିଣ ପାଶର୍‌ବରେ ପଙ୍କ ମାଟି ପଡ଼ିବା ଦ୍ୱାରା ବର୍ଷାରେ ଏହା ବୋହି କେନାଲ ପୋତି ହେଉଛି। ପଟ୍ଟାମୁଣ୍ଡାଇ ଜଳସମ୍ପଦ ସହକାରୀ ଯନ୍ତ୍ରୀ ମନୋରଞ୍ଜନ ସାହୁ କୁହନ୍ତି, ଏହି ରାସ୍ତା ପୂର୍ତ୍ତ ବିଭାଗକୁ ହାସ୍ତାନ୍ତର ହୋଇନାହଁି।ଜ ଏ ନେଇ ବିଭାଗ ପକ୍ଷରୁ ମେମୋ ନଂ. ୨୫୪(୨) ୧୨ା୫ା୨୩ରେ ପୂର୍ତ୍ତ ବିଭାଗକୁ ଚିଠି କରି ଜଣାଇ ଦିଆଯାଇଛି ଯେ, ପଟ୍ଟାମୁଣ୍ଡାଇ କେନାଲର ୭୫.୫୦୦ କିମି ବାଇପାସ୍‌ଠାରୁ ୭୯.୫୦୦ କଖାରୁଣୀ ପୋଲ ପର୍ଯ୍ୟନ୍ତ ୪ କି.ମି. ଦକ୍ଷିଣ ପାର୍ଶ୍ୱ କେନାଲ ବନ୍ଧକୁ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ନିର୍ମାଣ କାମ ଆରମ୍ଭ ହୋଇଛି। ଠିକାଦାର କାମ ଆରମ୍ଭ କରିଥିବା ବେଳେ ଜଳସେଚନ ପାଇଁ ଉଦ୍ଧିଷ୍ଠ ନୟନଜୋରି, କଲଭଟ ଓ କେନାଲ ବନ୍ଧକୁ ସୁରକ୍ଷା ଦେବା ସହ ସରକାରୀ ନିୟମ ଅନୁଯାୟୀ ଜଳସମ୍ପଦ ବିଭାଗ ପକ୍ଷରୁ ଉକ୍ତ ରାସ୍ତା ହସ୍ତାନ୍ତର କରିବା ଉଚିତ ବୋଲି ଚିଠି ମାଧ୍ୟମରେ ଜଣାଇ ଦିଆଯାଥିଲା। ବୁଦ୍ଧିଜୀବୀ ପ୍ରଫୁଲ୍ଲ ଦାଶ କହିଛନ୍ତି, ବ୍ରିଟିଶ ସରକାରଙ୍କ ଅମଳରେ ୧୮୯୩ରେ ନିର୍ମାଣ ହୋଇଥିବା ଏହି କେନାଲଟି ଜମିର ଜଳସେଚନ ପାଇଁ ପ୍ରମୁଖ ଭୂମିକା ନିଭାଉଥିଲା। ୨୦୧୬ରେ ଏସିୟାନ୍‌ ଡେଭେଲପ୍‌ମେଣ୍ଟ ବ୍ୟାଙ୍କ (ଏଡିବି) ଜରିଆରେ କେନାଲ ପୁନରୁଦ୍ଧାର ପାଇଁ ୩୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ୨୦୧୮ରେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। କେନାଲର ମୂଳ ଶଯ୍ୟାକୁ ଖନନ କରାଯାଇ ସମ୍ପୂର୍ଣ୍ଣ ୮୨ କି.ମି. କାର୍ଯ୍ୟ ହୋଇଥିଲା। ପଟ୍ଟାମୁଣ୍ଡାଇ ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ନୀଳକଣ୍ଠପୁରଠାରୁ ପଟ୍ଟାମୁଣ୍ଡାଇ ବଜାର ଓ ପଟ୍ଟାମୁଣ୍ଡାଇ ବଜାରଠାରୁ ଅଳଭା ପର୍ଯ୍ୟନ୍ତ ୨ଟି ପ୍ରକଳ୍ପ ଏବଂ ଗୋବରୀ ସମ୍ପ୍ରସାରିତ କେନାଲ ଅଳଭା ଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ୨ଟି ପ୍ରକଳ୍ପ ଏହି ପରି ସମୁଦାୟ ପ୍ରକଳ୍ପକୁ ୪ଟି ଭାଗରେ ବିଭକ୍ତ କରାଯାଇ ୨୧ କୋଟି ୯୦ ଲକ୍ଷ ପ୍ୟାକେଜରେ ପୋତେଇ କାର୍ଯ୍ୟ କରାଯାଇଥିଲା। ଏବେ କେନାଲର ଦକ୍ଷିଣ ପାଶର୍‌ବରେ ମାଟି ପକାଇ ପ୍ରଶସ୍ତୀକରଣ କାମ କରି ବିଭାଗକୁ ମାପ ଦେଖାଇବା ପାଇଁ ଠିକାଦାର ଏଭଳି ମନମୁଖି କାର୍ଯ୍ୟ କରୁଛନ୍ତି। ବର୍ଷାଋତୁ ଯୋଗୁ ପଙ୍କମାଟି ବୋହି ମୂଳ ଶଯ୍ୟା ପୋତି ହୋଇଯାଉଛି। ଫଳରେ କେନାଲରେ ପ୍ରବାହିତ ଜଳ ଶେଷ ମୁଣ୍ଡରେ ପହଞ୍ଚତ୍ବାରେ ବାଧା ଉପୁଜିବ। ଏନେଇ ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିବା ସହିତ ଜଳସମ୍ପଦ ବିଭାଗକୁ ଜଣାଇଛନ୍ତି। ତୁରନ୍ତ ଠିକାଦାରଙ୍କୁ ଏହି କାର୍ଯ୍ୟରୁ ନିବୃତ ରହିବା ପାଇଁ ନିର୍ଦ୍ଦେଶ ଦେବାକୁ ସେମାନେ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଜଳ ସମ୍ପଦ ବିଭାଗ ସହନିର୍ବାହୀ ଯନ୍ତ୍ରୀ ପ୍ରଭାତ ସାହୁଙ୍କୁ ପଚାରିବାରେ ଏ ନେଇ ପୂର୍ବରୁ ସୂଚନା ପାଇ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇଥିଲେ। ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ମାଟି ନ ପକାଇ କେବଳ କେନାଲ ପାଶର୍‌ବ ରାସ୍ତା ସମାନ କରିବାକୁ କହିଥିଲେ। ଏବେ ସୂଚନା ମିଳୁଛି ଯେ, କେନାଲ ପାଶର୍‌ବ ୬ରୁ ୮ ଫୁଟ ମାଟି ପଡୁଛି। ତେଣୁ ଖୁବ୍‌ଶୀଘ୍ର ଜଳ ସମ୍ପଦ ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବିଡିଓଙ୍କୁ ଭେଟିଲେ ବ୍ଲକ ଅଧ୍ୟକ୍ଷ-ସମିତିସଭ୍ୟ, ଅଞ୍ଚଳର ବିକାଶ ପାଇଁ…

ଦାରିଙ୍ଗବାଡ଼ି,୨୮ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ନୂଆ ଭାବରେ ଯୋଗ ଦେଇଥିବା ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ଭେଟି ସ୍ବାଗତ ଜଣାଇଛନ୍ତି ଅଧ୍ୟକ୍ଷ ଏବଂ ସମତିସଭ୍ୟାସଭ୍ୟ।...

ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ ବ୍ୟାଟେରି, ଗାଡ଼ି-ଷ୍ଟ୍ରିଟ୍‌ ଲାଇଟ୍‌ରୁ ଚୋରି କରି ନେଉଛନ୍ତି

ଦାରିଙ୍ଗବାଡ଼ି,୨୮ା୧୦(ଅରୁଣ ସାହୁ): ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ ବ୍ୟାଟେରି। ୫୯ ନଂ ଜାତୀୟ ରାଜପଥ ପକ୍ଷରୁ ରାଜପଥ କଡ଼ରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ରୁ ସୋଲାର ପ୍ୟାନେଲ ସହ...

ମିଳୁନି ମାଟି, ସଙ୍କଟରେ କୁମ୍ଭକାରଙ୍କ ଜୀବିକା

କାକଟପୁର/ଅସ୍ତରଙ୍ଗ(ଶୁଭଦର୍ଶନ ମିଶ୍ର/ ପ୍ରଦୀପ୍ତ କୁମାର ଦୀକ୍ଷିତ)୨୮ା୧୦: ଓଡ଼ିଆ ଚଳଣି ଓ ପରମ୍ପରା ନିଆରା। ସବୁ ପର୍ବପର୍ବାଣି, ପୂଜାର୍ଚ୍ଚନା ଓ ଯାନିଯାତ୍ରା ସମୟରେ ମାଟିତିଆରି ସାମଗ୍ରୀ ଖୋଜାପଡ଼େ।...

ବରାହିପୁର ସରପଞ୍ଚ ନିଲମ୍ବିତ

ମାହାଙ୍ଗା,୨୮ା୧୦(ଯଯାତି ସିଂହ): କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ବରାହିପୁର ପଞ୍ଚାୟତରେ ସରକାରୀ ଅର୍ଥ ତୋସାରପାତ ଅଭିଯୋଗରେ ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଛି। ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ...

ଗ୍ୟାସ୍‌ ସିଲିଣ୍ଡର ଫାଟି ଜଳିଗଲା ୧୦ ବଖରା, ସବୁ ଜଳିପୋଡ଼ି ଛାରଖାର

ଖଲ୍ଲିକୋଟ,୨୮ା୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତୁଳସୀପୁର ପଞ୍ଚାୟତର କମଳାପଦର ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୩ ପରିବାରର ୧୦ ବଖରାରୁ...

ପ୍ରକାଶ ସେଠୀଙ୍କ ନାଁରେ ୩ ଏତଲା

କଟକ ସଦର,୨୮ା୧୦(ସୁଶାନ୍ତ କୁମାର ଜେନା): କଟକ ସଦରର ପୂର୍ବତନ ବିଧାୟକ ଚନ୍ଦ୍ରସାରଥି ବେହେରା ବିଜେଡି ଛାଡ଼ି ଭାଜପାର ସଦସ୍ୟତା ଗ୍ରହଣ କରିଥିବା ନେଇ ଏକ ହ୍ବାଟ୍ସଆପ୍‌...

ବିଦେଶାଗତ ପକ୍ଷୀଙ୍କ କଳରବରେ ଚିଲିକା ତଟଦେଶ ମୁଖରିତ

କୃଷ୍ଣପ୍ରସାଦ,୨୮ା୧୦(କୈଳାସ ଚନ୍ଦ୍ର ପଟ୍ଟନାୟକ): ଶୀତଋତୁ ଆସିଲେ ଚଳଚଞ୍ଚଳ ହୋଇଉଠେ ଚିଲିକାର ପରିବେଶ। ରଙ୍ଗବେରଙ୍ଗର ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୁଏ ଚିଲିକା ଓ ଏହାର ଉପକୂଳବର୍ତ୍ତୀ...

ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ବନ୍ଦ କରାଯାଉ

ସରଣ୍ଡା, ୨୭।୧୦(ଯୁଧିଷ୍ଠିର ମହାପାତ୍ର): ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ଉପରେ ରୋକ୍‌ ଲଗାଇବା ଦାବି ନେଇ ରବିବାର ବରଗଡ଼ ଜିଲା ଅତାବିରା ବିଶ୍ବ ହିନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri