ସମସ୍ୟାରେ ଉବୁଟୁବୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ

ପଟ୍ଟାମୁଣ୍ଡାଇ,୧୭ା୧୧(କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌର ପରିଷଦର ସୌନ୍ଦର୍ଯ୍ୟକରଣ ନାମରେ ପ୍ରହସନ ଚାଲୁଥିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅର୍ଥ ଘୋଟାଲା ହେଉଥିଲେ ମଧ୍ୟ ଏଥିପ୍ରତି ପୌର ପରିଷଦ ଦୃଷ୍ଟି ନ ଦେବା ଏକ ପରିତାପର ବିଷୟ। ଏହି ପୌରାଞ୍ଚଳର ଯେଉଁଆଡ଼େ ଚାହିଁବ ଚାରିଆଡ଼େ ସମସ୍ୟା ପୂରି ରହିଛି। ପୌର ପରିଷଦ ବୈଠକରେ ଅତିଥିଙ୍କ ଭାଷଣବାଜି ଜନସାଧାରଣଙ୍କୁ ଅତିଷ୍ଠ କରିଛି। ଏହି ଘଟଣା ବର୍ତ୍ତମାନ ପୌରାଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ବୁଦ୍ଧିଜୀବୀ ଅନନ୍ତ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌର ପରିଷଦକୁ ୩୫ ବର୍ଷ ପୂରଣ ହୋଇଥିବା ବେଳେ ଏଠାରେ ଅନେକ ସମସ୍ୟା ରହିଥିଲେ ମଧ୍ୟ ସମାଧାନ ହୋଇପାରୁନାହିଁ। ସହରୀ ସୌନ୍ଦର୍ଯ୍ୟକରଣ ନାମରେ ଯୋଜନା ପ୍ରସ୍ତୁତ ହୋଇ ଅର୍ଥ ଖର୍ଚ୍ଚ ହେଉଛି। ହେଲେ ଯୋଜନା ଜନସାଧାରଣଙ୍କ ସ୍ବାର୍ଥରେ ଲାଗିପାରୁନାହିଁ। ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ୨୦୨୦ ମାର୍ଚ୍ଚଠାରୁ ମୁକ୍ତା ଯୋଜନା ମାଧ୍ୟମରେ ୨୦ଟି ୱାର୍ଡରେ ପାଖାପଖି ୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପ୍ରକଳ୍ପଗୁଡ଼ିକର ଚିହ୍ନବର୍ଣ୍ଣ ନାହିଁ। ୨୦୧୯ରେ ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କଚେରି ପୋଖରୀର ପୁନରୁଦ୍ଧାର କାର୍ଯ୍ୟ, ସହରର ଉଠାଦୋକାନୀମାନଙ୍କୁ ଉପଯୁକ୍ତ ଥଇଥାନ କରିବାକୁ ୧ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ମହାବୀର ବଜାରଠାରେ ଭେଣ୍ଡିଂ ଜୋନ୍‌, ୧ କୋଟି ଟଙ୍କା ବ୍ୟୟରେ ବାଲିପଡ଼ାଠାରେ ସ୍ମାର୍ଟ ଶ୍ମଶାନ ଗୃହ, ୧ କୋଟି ଟଙ୍କା ବ୍ୟୟରେ ମଲ୍ଟି ଷ୍ଟୋରେଜ ମାର୍କେଟ କମ୍ପ୍ଲେକ୍ସ ଓ ଯଜ୍ଞ ପଡ଼ିଆର ଉନ୍ନତୀକରଣ କାର୍ଯ୍ୟର ଶୁଭ ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ସେସବୁ କାର୍ଯ୍ୟକାରୀ ହୋଇନାହଁି। ଯୁବନେତା ସତ୍ୟପ୍ରିୟ ସାମଲ କହିଛନ୍ତି, ପଟ୍ଟାମୁଣ୍ଡାଇ ସହରର ପ୍ରବେଶ ଦ୍ୱାର ବିଜୁ ପଟ୍ଟନାୟକ ଛକଠାରୁ କଲେଜ ଛକ ପର୍ଯ୍ୟନ୍ତ ମୁଖ୍ୟରାସ୍ତା ପାଲଟିଛି ବ୍ୟବସାୟୀଙ୍କ ହାଟଚାଳି। ପଟ୍ଟାମୁଣ୍ଡାଇ-ରାଜନଗର ବ୍ୟସ୍ତବହୁଳ କଲେଜ ରୋଡ୍‌ରେ ୫ରୁ ୬ଟି ଘରୋଇ ବ୍ୟାଙ୍କ ଚାଲୁଥିବା ବେଳେ ପାର୍କିଂ ସ୍ଥାନ ନ ଥିବାରୁ ରାସ୍ତା ଉପରେ ବ୍ୟାଙ୍କର ଉପଭୋକ୍ତାମାନେ ଗାଡ଼ି ରଖି ବ୍ୟାଙ୍କକୁ ଯିବା ଦ୍ୱାରା ରାସ୍ତା ସଂକୁଚିତ ହୋଇ ଦୁର୍ଘଟଣା ଘଟୁଛି। ବଜାର ମଧ୍ୟରେ ହୋଲ୍‌ସେଲ୍‌ ବ୍ୟବସାୟୀମାନେ ରାସ୍ତା ଉପରେ ଚାରିଚକିଆ ଗାଡ଼ି ରଖି ମାଲ୍‌ ଲୋଡ୍‌ କରିବା ଦ୍ୱାରା ଘଣ୍ଟା ଘଣ୍ଟା ଧରି ରାସ୍ତା ଅବରୋଧ ହୋଇ ରହୁଛି। ମଝିରାସ୍ତାରେ ଅମାନିଆ ବାଇକ୍‌ ଓ କାର ଚାଳକଠାରୁ ଆରମ୍ଭକରି ପ୍ରତ୍ୟେକ ବଡ଼ଗାଡ଼ି ଥୁଆହେଉଛି। ପୋଲିସ ଓ ପୌର ପରିଷଦର ଆନ୍ତରିକତା ଅଭାବ ଯୋଗୁ ଟ୍ରାଫିକ୍‌ ସମସ୍ୟା ବଢ଼ି ଦୁର୍ଘଟଣା ଘଟୁଛି। ସାମାଜିକ କର୍ମୀ ଉପେନ୍ଦ୍ର ନାୟକ କହିଛନ୍ତି, ପ୍ରତ୍ୟେକ ସମୟରେ ବଜାର ମଧ୍ୟକୁ ଭାରିଯାନ ପ୍ରବେଶ କରିବା ଦ୍ୱାରା ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍‌ ଜାମ୍‌ ରହୁଛି। ଗାଈଗୁଡ଼ିକ ରାସ୍ତାରେ ମେଳିବାନ୍ଧି ଛିଡାହୋଇ ରହୁଥିବାରୁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ଡ୍ରେନେଜ୍‌ ସମସ୍ୟା ଲାଗିରହିଥିବା ବେଳେ ପ୍ରତିବର୍ଷ ନିର୍ମାଣ ନାମରେ ବ୍ୟାପକ ଅର୍ଥ ବାଟମାରଣା ହେଉଛି। ସେହିପରି ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ଚାରିଆଡ଼େ ଅଳିଆ ଆବର୍ଜନା ପଡ଼ିରହିଛି। କେତେଜଣ ବ୍ୟବସାୟୀ ରାସ୍ତାକୁ ମଡ଼ାଇ ଦୋକାନ ଗୃହ କରିଥିବାରୁ ରାସ୍ତା ସଂକୁଚିତ ହୋଇ ପ୍ରତ୍ୟେକ ଦିନ ଏଠାରେ ଦୁର୍ଘଟଣା ଘଟି ଲୋକେ ଆହତ ହେଉଛନ୍ତି। ପ୍ରତି ନିର୍ବାଚନ ସମୟରେ ସମସ୍ୟା ଦୂର କରିବାକୁ ନେତାମାନେ ପ୍ରତିଶ୍ରୁତି ଦେଇଥା’ନ୍ତି। କିନ୍ତୁ ନିର୍ବାଚନ ସରିଯିବା ପରେ ମନେପଡ଼େନି ସହରୀ ବିକାଶ କଥା, ଯାହାକୁ ନେଇ ପୌରବାସୀ ସମେତ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ପୌର ନିର୍ବାହୀ ଅଧିକାରୀ ଅଜିତ ପ୍ରସାଦ ନାରାୟଣ ଗିରିଙ୍କୁ ପଚାରିବାରେ ଯେଉଁ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରାଯାଇଥିଲା, ସେଗୁଡିକର କାମ ଖୁବ୍‌ଶୀଘ୍ର ଶେଷ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଇଡି ବିସ୍ଫୋରଣରେ ୨ ଯବାନ ନିହତ

ମାଲକାନଗିରି,୧୯।୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଆଇଇଡି ବୋମା ବିସ୍ଫୋରଣରେ ୨ ଯବାନ ନିହତ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।...

ଅଭାବରୁ ଅନ୍ୟ ହାତରେ ଟେକିଦେଲେ ଶିଶୁପୁତ୍ର, ଆଉ ତା’ ପରେ…

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଭାବ ଅନଟନରୁ ନିଜର ୧୭ ଦିନର ଏକ ଶିଶୁପୁତ୍ରକୁ...

ଧନୁଯାତ୍ରା ମହୋତ୍ସବକୁ ମିଳିନି ସରକାରୀ ଅନୁଦାନ, ବୈଠକରେ ଗତବର୍ଷ ଆୟ ବ୍ୟୟର ସୂଚନା

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ। ଏହି ମହୋତ୍ସବକୁ ଆଉ ପ୍ରାୟ ଅଢ଼େଇ...

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶାଳିନୀ: ଜିଲାପାଳ ହୋଇ ଲୋକଙ୍କ ସେବା କରିବା ରହିଛି ଲକ୍ଷ୍ୟ

ପୁରୁଷୋତ୍ତମପୁର,୧୯।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ବଜାର ସାହି ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆଇ ଶାଳିନୀ(୨୩ ) ପ୍ରଥମ ପ୍ରୟାସରେ ଓଏଏସ୍‌...

ଓଏଏସ୍‌ ପରୀକ୍ଷାରେ ଜୁନାଗଡ଼ ପୁଅଙ୍କ ସଫଳତା

ଭବାନୀପାଟଣା,୧୯।୧୦(ଉତ୍ତମ କୁମାର ଦାଶ): ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍‌ ରେଜଲ୍ଟ। ଓଏଏସ୍‌ ପରୀକ୍ଷାରେ ସଫଳ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ଼ର ପୁଅ ଲଲାଟେନ୍ଦୁ ଦଣ୍ଡସେନା।...

ପ୍ରଶାସନିକ ସେବାରେ ରାୟଗଡ଼ାରୁ ବାଜି ମାରିଲେ ୫, ଛୁଟୁଛି ଶୁଭେଚ୍ଛାର ସୁଅ

ରାୟଗଡ଼ା,୧୯ା୧୦(ଆଶିଷ ରଞ୍ଜନ ପଣ୍ଡା): ପ୍ରଶାସନିକ ସେବାରେ ରାୟଗଡ଼ା ଜିଲାରୁ ୫ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଦୀପାରାଣୀ ବେହେରା, ପଙ୍କଜ କୁମାର ମାଝୀ,...

ବ୍ରାଞ୍ଚ ପୋଷ୍ଟ ମାଷ୍ଟରରୁ ଓଏଏସ୍‌ ହେଲେ ସିଦ୍ଧାର୍ଥ ପଣ୍ଡା

ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଜଗନ୍ନାଥପଡ଼ାର ସିଦ୍ଧାର୍ଥ ପଣ୍ଡା...

ଘର ବାରଣ୍ଡାରେ ବସିଥିଲେ ଛାତ୍ରୀ, ହେଲା ବଜ୍ରପାତ, ଆଉ ତା’ ପରେ…

ବାଲିଗୁଡ଼ା,୧୯ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲାମି ଗ୍ରାମରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ମାରିବା ଦ୍ୱାରା ବଜ୍ରପାତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri