Categories: ଖେଳ

ଲଗାତାର ୫ ଛକା, ଓଭରରେ ୩୪ ରନ୍‌

ନୂଆଦିଲ୍ଲୀ,୨୭।୫: ଇଂଲଣ୍ଡରେ ଆରମ୍ଭ ହୋଇଥିବା ଟି-୨୦ ବ୍ଲାଷ୍ଟ ଟୁର୍ନାମେଣ୍ଟରେ ଗୁରୁବାର ଏକ ବିସ୍ଫୋରକ ଇନିଂସ ଦେଖିବାକୁ ମିଳିଛି। ଆୟର୍ଲାଣ୍ଡର ବ୍ୟାଟ୍ସମ୍ୟାନ୍‌ ପଲ ଷ୍ଟିରଲିଂ ମାତ୍ର ୫୧ ବଲ୍‌ରେ ୧୧୯ ରନ୍‌ କରିଛନ୍ତି। ଏଥିରେ ୯ ଚୌକା ଏବଂ ୧୦ ଛକା ଥିଲା। ବିଶେଷକରି ସେ ଗୋଟିଏ ଓଭରରେ ସେ ଗୋଟିଏ ଓଭରରେ ୩୪ ରନ୍‌ କରିଥିଲେ।

ବର୍ମିଂଘମରେ ଖେଳାଯାଇଥିବା ଏହି ମୁକାବିଲାରେ ପଲ୍‌ ଇନିଂସର ୧୩ତମ ଓଭରରେ ଜେମ୍ସ ସେଲ୍ସଙ୍କ ବଲ୍‌ରେ ଦମ୍‌ଦାର ବ୍ୟାଟିଂ କରିଥିଲେ। ପ୍ରଥମର ୫ ବଲ୍‌ରେ ଛକା ମାରିବା ପରେ ସେ ଶେଷ ବଲ୍‌ରେ ଚୌକା ମାରିଥିଲେ। ଏହି ଓଭରର ଭିଡିଓ ଏବେ ଭାଇରାଲ ହେଉଛି। ପଲ୍‌ଙ୍କ ଇନିଂସ ଦେଖିଲେ ସେ କେବଳ ଚୌକା ମାରି ୯୬ ରନ୍‌ ସଂଗ୍ରହ କରିଛନ୍ତି।

Share