ପାଉଁଶ ସମସ୍ୟାର ହୋଇପାରୁନି ସମାଧାନ

ବଅଁରପାଳ,୨୬।୭(ଉପେନ୍ଦ୍ର ରାଉତ): ଅନୁଗୋଳ ଜିଲାରେ ଥିବା ନାଲ୍‌କୋର ତାପଜ ବିଦ୍ୟୁତ୍‌ କେନ୍ଦ୍ର (ସିପିପି)କୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ପାଉଁଶ ନିଷ୍କାସନ ସମସ୍ୟାର ସମାଧାନ ହୋଇପାରୁ ନ ଥିବା ବେଳେ ଏବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଗୋଳ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ନୋଟିସ ନାଲ୍‌କୋକୁ ଚିନ୍ତାରେ ପକାଇ ଦେଇଛି। ପାଉଁଶ ରଖିବା ପାଇଁ ବିକଳ୍ପ ନ ହେବା ପର୍ଯ୍ୟନ୍ତ ସିପିପିକୁ ବନ୍ଦ ରଖିବା ପାଇଁ ଉକ୍ତ ନୋଟିସରେ କୁହାଯିବାକୁ ନେଇ ଶ୍ରମିକ ସଙ୍ଗଠନଗୁଡ଼ିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ପୂର୍ବରୁ ସିପିପିରୁ ନିର୍ଗତ ହେଉଥିବା ପାଉଁଶ ୩୭ ମିଲିୟନ ଟନ କ୍ଷମତା ଥିବା ଆଶ୍‌ପଣ୍ଡରେ ଗଚ୍ଛିତ ରଖାଯାଉଥିଲା। ହେଲେ ତାହା ପୂର୍ଣ୍ଣ ହୋଇଯିବା ପରେ ଗତ ୧୮ ମାସ ହେଲା ନାଲ୍‌କୋର ଲାଇଫ ଲାଇନ କୁହାଯାଉଥିବା ଲିନସ୍ଲୁରି ପ୍ରକଳ୍ପ ଉପରେ ଏହା ସମ୍ପୂର୍ଣ୍ଣ ନିର୍ଭର କରୁଛି। ଏହି ଲିନସ୍ଲୁରି ପ୍ରକଳ୍ପ ଦେଇ ନାଲ୍‌କୋ ସିପିପିରୁ ଦୈନିକ ପ୍ରାୟ ୫ ହଜାର ଟନ୍‌ ପାଉଁଶ ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର ଖଣିରେ ଭରାଯାଉଛି। କିନ୍ତୁ ୧୪ ଦିନ ହେଲା ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଏହି ପାଉଁଶ ଭରିବା କାର୍ଯ୍ୟକୁ ବିରୋଧ କରାଯାଉଥିବାରୁ ଲିନସ୍ଲୁରି ପ୍ରୋଜେକ୍ଟ ଯୋଗେ ପାଉଁଶ ନିଷ୍କାସନ କାର୍ଯ୍ୟ ବନ୍ଦ ରହିଛି। ଏହାର ପ୍ରଭାବ ନାଲ୍‌କୋ ତାପଜ ବିଦ୍ୟୁତ୍‌ କେନ୍ଦ୍ର ଉପରେ ପଡ଼ୁଛି। ପାଉଁଶ ନିଷ୍କାସନ ହୋଇପାରୁ ନ ଥିବାରୁ ସିପିପିରେ ଥିବା ୧୦ଟି ବିଦ୍ୟୁତ୍‌ ଉତ୍ପାଦନ ୟୁନିଟ୍‌ ମଧ୍ୟରୁ ୫ଟି ୟୁନିଟ୍‌ରୁ ବିଦ୍ୟୁତ୍‌ ଉତ୍ପାଦନ ହୋଇପାରୁ ନାହିଁ। ଫଳରେ ଏହାର ପ୍ରଭାବ ସ୍ମେଲଟର ପ୍ଲାଣ୍ଟ ଉପରେ ପଢ଼ୁଛି। ସ୍ମେଲଟରରେ ଥିବା ୯୬୦ ପଟ୍‌ ଚାଲିବା ପାଇଁ ୧୮୫ କିଲୋ ଆମ୍ପିୟର ବିଦ୍ୟୁତ୍‌ ଆବଶ୍ୟକ। ମାତ୍ର ଏବେ ପଟ୍‌ଗୁଡିକ ୧୬୦ କିଲୋ ଆମ୍ପିୟରରେ ଚାଲିଛି। ଫଳରେ ପ୍ଲାଣ୍ଟରୁ ଆଲୁମିନିୟମ ଉତ୍ପାଦନ ବ୍ୟାହତ ହେଉଛି। ଏପରି କି ଦୈନିକ ଆବଶ୍ୟକତା ମେଣ୍ଟାଇବା ପାଇଁ ନାଲ୍‌କୋକୁ ଚଢ଼ା ଦରରେ ଗ୍ରୀଡ୍‌ଠାରୁ ବିଦ୍ୟୁତ୍‌ କିଣିବାକୁ ପଡ଼ୁଛି। ଏ ସମ୍ପର୍କରେ ସିପିପି ମହାପ୍ରବନ୍ଧକ ସୁଧୀର ପଟ୍ଟନାୟକ କହିଛନ୍ତି, ପାଉଁଶ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି।

 

ଜୋର୍‌ଦାର ଆନ୍ଦୋଳନ ହେବ
ନାଲ୍‌କୋ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଥିବାରୁ ପ୍ଲାଣ୍ଟ ଚଳାଇବା ପାଇଁ ନାଲ୍‌କୋକୁ ବାହାରୁ ବିଦ୍ୟୁତ୍‌ କିଣିବାକୁ ପଡ଼ୁଛି। ପାଉଁଶ ନିଷ୍କାସନ ସମସ୍ୟାର ସମାଧାନ କରାଯିବା ପର୍ଯ୍ୟନ୍ତ ସିପିପି ବନ୍ଦ ରଖାଗଲେ ଏହାର ଗଭୀର ପ୍ରଭାବ ସ୍ମେଲଟର ଉପରେ ପଡ଼ିବ। ଏପରି କରାଗଲେ ୟୁନିୟନ ପକ୍ଷରୁ ଜୋରଦାର ଆନ୍ଦୋଳନ ହେବ।
-ବିଭବ ଜେନା, ସାଧାରଣ ସାମ୍ପଦକ, ଏନ୍‌ଏସ୍‌ସିୟୁ
ଜିଲା ପ୍ରଶାସନ ପଦକ୍ଷେପ ନେଉନାହିଁ
ନାଲ୍‌କୋ ଏବେ ସଙ୍କଟ ଦେଇ ଗତି କରୁଛି। ଏ ବିଷୟରେ ଜିଲା ପ୍ରଶାସନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଦିନକୁ ଦିନ ସ୍ଥିତି ଅଧିକ ଜଟିଳ ହେଉଥିବାରୁ ଏ ନେଇ ଅସନ୍ତୋଷ ଦେଖାଦେଇଛି।
-ବିନୋଦ କୁମାର ସାମଲ, ସାଧାରଣ ସମ୍ପାଦକ, ଏଏମ୍‌ଏସ୍‌
ପ୍ଲାଣ୍ଟ ବନ୍ଦ ହେବାକୁ ଦିଆଯିବନି
ସିପିପିରେ ପାଉଁଶ ନିଷ୍କାସନ ସମସ୍ୟା ଯୋଗୁ ବିଦ୍ୟୁତ୍‌ ଉତ୍ପାଦନ ଆବଶ୍ୟକ ଅନୁଯାୟୀ ହେଉନାହିଁ। ଏଥିଯୋଗୁ ସ୍ମେଲଟର ପ୍ଲାଣ୍ଟରେ ଆଲୁମିନିୟମ ଉତ୍ପାଦନ ହ୍ରାସ ପାଇଛି। ସିପିପି ପ୍ଲାଣ୍ଟକୁ ବନ୍ଦ ରଖିବା ପାଇଁ ଯେଉଁ ଯୋଜନା କରାଯାଉଛି ତାହାକୁ ସଫଳ କରାଇ ଦିଆଯିବ ନାହିଁ।
-ମନୋଜ ସ୍ବାଇଁ, ଉପସଭାପତି, ନେସ୍‌
ଚଢ଼ା ଦରରେ ବିଦ୍ୟୁତ୍‌ କିଣାଯାଉଛି
ପାଉଁଶ ନିଷ୍କାସନ ହୋଇପାରୁ ନ ଥିବାରୁ ସିପିପିର ଅଧିକାଂଶ ୟୁନିଟ୍‌ ବନ୍ଦ ରହିଛି। ଏହାର ପ୍ରଭାବ ସ୍ମେଲଟର ପ୍ଲାଣ୍ଟ ଉପରେ ପଡ଼ୁଛି। ସେଠାରେ ଥିବା ପଟ୍‌ଗୁଡ଼ିକ ଲୋ କିଲୋ ଆମ୍ପିୟରରେ ଚାଲୁଛି। ତେଣୁ ଆବଶ୍ୟକତା ମେଣ୍ଟାଇବା ପାଇଁ ଚଢ଼ା ଦରରେ ବିଦ୍ୟୁତ୍‌ କିଣାଯାଉଛି।
-ବନମାଳୀ ସେଠୀ, ସଭାପତି, ନାଲ୍‌କୋ ଅଫିସର୍ସ ଆସୋସିଏଶନ


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri