କିନ୍ନର ଲୁକ୍‌ରେ ମିଲିନ୍ଦ: ଚମକାଇଲା ‘ପୌରାଶପୁର’ର ଟିଜର୍‌

ବମ୍ବେ: ରିଲିଜ ହୋଇଛି ଏକତା କପୁରଙ୍କ ଓ୍ବେବ୍‌ ସିରିଜ୍‌ ‘ପୌରାଶପୁର’ର ଟିଜର। ଏଥିରେ ମଡେଲ ତଥା ଅଭିନେତା ମିଲିନ୍ଦ ସୋମନ କିନ୍ନର ଭୂମିକାରେ ନଜର ଆସିଛନ୍ତି। ପ୍ରଶଂସକମାନେ ମିଲିନ୍ଦଙ୍କ ନୂତନ ଅବତାରକୁ ନେଇ ବେଶ୍‌ ଖୁସି ପ୍ରକାଶ କରିଛନ୍ତି। ଓ୍ବେବ୍‌ ସିରିଜ୍‌ରେ ଶିଳ୍ପା ଶିନ୍ଦେ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ମିଲିନ୍ଦ ନିଜର ଲୁକ୍‌କୁ ନେଇ ପୋଷ୍ଟ ଶେୟାର କରି ଲେଖିଛନ୍ତି, ଏଭଳି ଚରିତ୍ରରେ କେବେ ବି ଅଭିନୟ କରି ନ ଥିଲି। ଏହା ବେଶ୍‌ ସଂଘର୍ଷପୂର୍ଣ୍ଣ ଥିଲା।

ଏହି ଓ୍ବେବ୍‌ସିରିଜ୍‌ରେ ଶାହିର ଶେଖ, ଅନ୍ନୁ କପୁର, ପୌଲମୀ ଦାସ, ଅନନ୍ତ ଜୋଶୀ ପ୍ରମୁଖ ଅଭିନୟ କରିଛନ୍ତି। ଏହାର ଟ୍ରେଲର ଡିସେମ୍ବର ୮ରେ ରିଲିଜ କରାଯିବ। ଅଲ୍ଟ ବାଲାଜୀ ଏବଂ ଜି ୫ରେ ଏହାକୁ ଦର୍ଶକ ଦେଖିପାରିବେ। ହେଲେ ଏଯାବତ ଏହାର ରିଲିଜ ଡେଟ୍‌ ବିଷୟରେ ସୂଚନା ଦିଆଯାଇନାହିଁ।

Share