ସାଂସଦ ପାଣ୍ଠିରେ ବିଲକୁ ରାସ୍ତା ନିର୍ମାଣ

କେନ୍ଦୁଝର,୧୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌରପାଳିକା ୧୧ ନଂ. ୱାର୍ଡରେ ଏକ ରାସ୍ତା ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି। ସରକାରୀ କଲୋନୀ ମଝିରେ ଘରୋଇ ଲୋକଙ୍କ ଜମିକୁ କଂକ୍ରିଟ ରାସ୍ତା ନିର୍ମାଣ ହେଉଥିବାରୁ ଅସନ୍ତୋଷ ଦେଖାଦେଇଛି। ରାସ୍ତାଟି ଆଇଟିଡିଏ ପକ୍ଷରୁ ସାଂସଦ ପାଣ୍ଠିରୁ ନିର୍ମାଣ ହେଉଥିଲେ ହେଁ ସୂଚନା ଫଳକ ନ ଥିବାରୁ କାମ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିନାହିଁ।
ଅନୁଯାୟୀ, ରାସ୍ତାଟି କୁଲାଡ଼େରା ମୌଜାର ସରକାରୀ ଓ ଘରୋଇ ଜମି ଉପରେ ନିର୍ମାଣ ହେଉଛି। କଲୋନୀ ପରିସରରେ ଥିବା ଉକ୍ତ ରାସ୍ତାର ଓସାର ମାତ୍ର ୧୨ ଫୁଟ ରହିଛି। ତେଣୁ ଏହା ଦେଇ ଘରୋଇ ଲୋକଙ୍କ ଯାତାୟାତ ହେଲେ ଆଗାମୀ ଦିନରେ ଟ୍ରାଫିକ ସମସ୍ୟା ସୃଷ୍ଟି କରିବ ଯାହାକୁ ନେଇ କଲୋନୀବାସୀ ଚିନ୍ତାବ୍ୟକ୍ତ କରିଛନ୍ତି। ରାସ୍ତା ସଂଯୋଗ ହେଲେ ଉକ୍ତ କଲୋନୀ ପଛରେ ଥିବା ଏକର ଏକର ଜମିକୁ ରାସ୍ତା ଫିଟିଯିବ ଏବଂ ଜମିକୁ ପ୍ଲଟିଂ କରି ବିକ୍ରି କରାଯିବ। ଏହି ଲୋଭରେ କେତେକ ଜମି ଦଲାଲ ଏଭଳି କାମ କରୁଥିବା କଲୋନୀବାସୀ ନାମ କୋପନ ରଖି କହିଛନ୍ତି। ବର୍ତ୍ତମାନ ପ୍ଲାନ୍‌ ଅନୁଯାୟୀ ୨୦ ଫୁଟ ରାସ୍ତା ନ ହେଲେ କୌଣସି ଘରବାଡ଼ି କିସମ ପରିବର୍ତ୍ତନ ହେଉନାହିଁ ଏବଂ ବିଲ୍ଡିଂ ପ୍ଲାନ ଅନୁମୋଦନ ହେଉନାହିଁ। ଏ କ୍ଷେତ୍ରରେ କିଭଳି ୧୨ ଫୁଟ୍‌ରେ କଂକ୍ରିଟ ରାସ୍ତା ଆଇଟିଡିଏ ପକ୍ଷରୁ ନିର୍ମାଣ ହେଉଛି। ଏଥି ପାଇଁ ସାଂସଦ ପାଣ୍ଠିରୁ ବି ଖର୍ଚ୍ଚ ହେଉଛି, ତାହା ତଦନ୍ତ ସାପେକ୍ଷ ବୋଲି କହିଛନ୍ତି। ଏ ସମ୍ପର୍କରେ ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ରବିନ୍ଦ୍ର ନାଥ ନାୟକ କହିଛନ୍ତି, ୨ ଲକ୍ଷ ଟଙ୍କା ଖର୍ଚ୍ଚରେ କାମ ହେଉଛି। ତେବେ ସେ ନୂଆ ଆସିଥିବାରୁ ଅଧିକ କିଛି ଜାଣିନାହାନ୍ତି। ଅଭିଯୋଗର ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ରାଇଫଲ ସଂଘର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କଲେ ବିଧାୟକ କଳିକେଶ ନାରାୟଣ ସିଂଦେଓ

ବଲାଙ୍ଗୀର,୨୩ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସ୍ପୋର୍ଟ କମ୍ପ୍ଲେକ୍ସଠାରେ ଜିଲା ରାଇଫଲ ସଂଘର ସଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ସୋମବାର ବଲାଙ୍ଗୀର ବିଧାୟକ...

ଓଡ଼ିଶାର ଆଉ ଏହି ୩ଟି ସ୍ଥାନରେ ଲାଗିବ ଡପଲର ରାଡାର

ଭୁବନେଶ୍ୱର,୨୩।୧୨: ଓଡ଼ିଶାର ଆଉ ୩ଟି ସ୍ଥାନରେ ଡପଲର ରାଡାର ଲାଗିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର...

କାଲି ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ ଯୁବକ, ଆଜି ଟ୍ରେନ୍‌ ଲାଇନ୍‌ରୁ ମିଳିଲା ମୃତଦେହ

ପରଜଙ୍ଗ,୨୩ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନୁଗୋଳ-ଡ଼ୁବୁରୀ ନୂତନ ରେଳପଥର ପରଜଙ୍ଗ ରେଳ ଷ୍ଟେଶନଠାରୁ ଅଳ୍ପ ଦୂରରେ ଟ୍ରେନ୍‌ରେ କଟି ରବିବାର ବିଳମ୍ବିତ ରାତିରେ...

୩୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତା ବିକ୍ରି ପାଇଁ ହୋଇଥିଲା ଡିଲ୍‌: ମାଡ଼ିବସିଲା ବନ ବିଭାଗ

ଟିଟିଲାଗଡ଼,୨୩।୧୨(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବନାଞ୍ଚଳ ଅଧୀନ ବର୍ଣ୍ଣେଇ ରିଜର୍ଭ ଜଙ୍ଗଲରୁ ଏକ ବଜ୍ରକାପ୍ତା ଧରି ବିକ୍ରି କରୁଥିବା ବେଳେ ବନ ବିଭାଗ ହାତରେ...

ପାଟଣାଗଡ଼ ପାର୍ସଲ ବୋମା ମାମଲା: ଆଜି ସାକ୍ଷୀ ଦେବେ କି ଅରୁଣ ବୋଥ୍ରା

ବଲାଙ୍ଗୀର,୨୩ା୧୨: ବଲାଙ୍ଗୀର ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ମାମଲାରେ ସୋମବାର ପାଟଣାଗଡ଼ ଏଡିଜେ କୋର୍ଟରେ ସାକ୍ଷ୍ୟ ଗହଣ କରାଯିବ। ଏହି ଘଟଣାରେ ତତ୍କାଳୀନ କ୍ରାଇମ୍‌ବ୍ରାଞ୍ଚ ଏଡିଜି...

ଚାଷୀଙ୍କୁ କ୍ଷତିପୂରଣ ଦାଦି କଲା ବିଜେଡି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଛତ୍ରପୁର,୨୩।୧୨(ସନ୍ତୋଷ ପାଢ଼ୀ ): ଅଦିନିଆ ବର୍ଷାର ପ୍ରକୋପରେ ଗଞ୍ଜାମ ଜିଲାର ୨୨ବ୍ଲକର ପାଖାପାଖି ୩,୩୧,୫୦୦ରୁ ଅଧିକ ଧାନ ଚାଷୀ ପରିବାର ସହ ସମସ୍ତ ବର୍ଗର କୃଷକ...

ବ୍ରାଉନସୁଗାର ଧରିବାକୁ ଆସି ଅବକାରୀ ଟିମ୍‌ ହଟହଟା, ଗାଡ଼ି ଚାବି ଛଡ଼ାଇ ନେବା ସହ ମୁଲତାନୀ ମାଟିକୁ କହିଲେ…

ଜଳେଶ୍ୱର,୨୩ା୧୨(ନବୀନ ସାହୁ): ବ୍ରାଉନସୁଗାର ଧରିବାକୁ ଆସି ଜଳେଶ୍ୱର ଅବକାରୀ ଟିମ୍‌କୁ ହଟହଟା ହେବାକୁ ପଡ଼ିଛି। କମର୍ଦ୍ଦା ବଜାର ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବା ଅଭିଯୋଗ ଅନୁଯାୟୀ,...

ଗର୍ଜିଲେ ତାରା: ୨୫ ସୁଦ୍ଧା ମଣ୍ଡିରୁ ଧାନ ନ ଉଠିଲେ ଅସମ୍ଭାଳ ହେବ ସ୍ଥିତି

କୋରାପୁଟ,୨୩ା୧୨: କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟ ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ତାରା କହିଛନ୍ତି, ଆସନ୍ତା ୨୫ ତାରିଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri