Posted inଜାତୀୟ

୩ ଥର ବିବାହ, ଆତ୍ମହତ୍ୟା ଯୋଜନା, ଭାଇଙ୍କ ବିରୋଧରେ ଦଳ; ଗୋଟିଏ ମାଷ୍ଟରଷ୍ଟ୍ରୋକ୍‌ ଯୋଗୁ ପଓ୍ବନ କଲ୍ୟାଣ ବଦଳାଇଦେଲେ ଆନ୍ଧ୍ର ରାଜନୀତି…

ନୂଆଦିଲ୍ଲୀ,୧୪।୬: ଏକ ସମୟରେ ଆନ୍ଧ୍ରପ୍ରଦେଶ ରାଜନୀତିରେ ପଓ୍ବନ କଲ୍ୟାଣଙ୍କ ଦବ୍‌ଦବା ପ୍ରାୟ ଶୂନ ଭଳି ରହିଥିଲା। ତାଙ୍କର ଜନ ସେନା ପାର୍ଟିର ପରିଚୟ ବି ସେତେଟା ନ ଥିଲା। ହେଲେ ଏବେ ସମୟ ବଦଳିଛି। ୨୦୨୪ ନିର୍ବାଚନରେ ତାଙ୍କ ‘ଜେଏସ୍‌ପି’ ଦଳ ଜବରଦସ୍ତ ପ୍ରଦର୍ଶନ କରିଛି, ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପବନ ନୁହନ୍ତି ବରଂ ଝଡ଼ ବୋଲି କହିଛନ୍ତି। ତେବେ ୨୦୨୨ରେ ଏକ ଜନସଭାକୁ ସମ୍ବୋଧନ କରିବା ସମୟରେ ସେ ଚପଲ ଉଠାଇ ଧମକ ଦେଇ ଚର୍ଚ୍ଚାକୁ ଆସିଥିଲେ। ଜଗନମୋହନ ରେଡ୍ଡିଙ୍କ ଦଳର ନେତା ତାଙ୍କୁ ‘ପ୍ୟାକେଜ୍‌ ଷ୍ଟାର’ କହୁଥିଲେ। ଏଣୁ ସେ ଆଉ ଥରେ ଏଭଳି କହିଲେ ଚପଲରେ ପିଟିବେ ବୋଲି କହିଥିଲେ। ଆସନ୍ତୁ ଏହି ନେତାଙ୍କ ବିଷୟରେ ଅଧିକ ଜାଣିବା।
Pawan Kalyan Biography – FILM INFO
୧୯୬୮ରେ ଜନ୍ମିତ ପଓ୍ବନ କଲ୍ୟାଣ ମାତ୍ର ୧୦ମ ଯାଏ ପଢ଼ିଛନ୍ତି। ସେ ୩ ଭାଇଙ୍କ ମଧ୍ୟରେ ସାନ। ତାଙ୍କ ଅସଲ ନାମ କୋନିଡେଲା କଲ୍ୟାଣ ବାବୁ। ମାର୍ଶଲ ଆର୍ଟରେ ସେ ବ୍ଲାକ୍‌ ବେଲ୍ଟ ପାଇଛନ୍ତି। ଏଥିରୁ ହିଁ ତାଙ୍କୁ ଏକ ଟାଇଟଲ୍‌ ‘ପଓ୍ବନ’ ମିଳିଛି। ସେହିଦିନଠାରୁ ସେ ପଓ୍ବନ କଲ୍ୟାଣ ଭାବେ ଖ୍ୟାତ ହୋଇଛନ୍ତି। ଦିନ ଥିଲା ସେ ନିଜର ଡିପ୍ରେଶନ ଏବଂ ଆତ୍ମହତ୍ୟା ବିଷୟରେ କହିଥିଲେ। ଆସ୍ଥମାରେ ପୀଡ଼ିତ ରହୁଥିବା ଯୋଗୁ ତାଙ୍କୁ ବାରମ୍ବାର ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ୁଥିଲା। ଏଣୁ ସେ କାହା ସହ ବେଶୀ ମିଶିବାକୁ ସୁଯୋଗ ପାଉ ନ ଥିଲେ। ଏକାକୀପଣ ତାଙ୍କୁ କାବୁ କରିନେଉଥିଲା। ୧୭ ବର୍ଷ ବୟସରେ ପାଠପଢ଼ା ଏବଂ ପରୀକ୍ଷାର ଚିନ୍ତା ମୁଣ୍ଡରେ ପଶିଥିଲା। ଏହାକୁ ନେଇ ସେ ତାଙ୍କ ବଡ଼ ଭାଇଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ନିଜକୁ ଗୁଳି ଚଳାଇ ଆତ୍ମହତ୍ୟା କରିବାର ଯୋଜନା କରିଥିଲେ। ହେଲେ ଧିରେ ଧିରେ ସେ ନିଜକୁ ଖାପ ଖୁଆଇବା ଆରମ୍ଭ କରିଥିଲେ। ମାର୍ଶଲ ଆର୍ଟ ଶିଖିଥିଲେ। ଗୀତ ଶିଖିଥିଲେ। ଏସବୁ ତାଙ୍କୁ ଡିପ୍ରେଶନରୁ ବାହାରିବାରେ ସହାୟକ ହୋଇଥିଲା।
Pawan Kalyan Biography: Age, Movies, Marriages, Children, Political Career, Janasena Party
୧୯୯୬ରେ ‘ଅକ୍କଡା ଅମ୍ମାଇ ଇକ୍କଡା ଅବ୍ବାଇ’ ନାମକ ଫିଲ୍ମରୁ ସେ ଡେବ୍ୟୁ କରିଥିଲେ। ୧୯୯୯ରେ ଆସିଥିଲା ‘ଟୋଲି ପ୍ରେମା’ ତାଙ୍କୁ ପରିଚିତ କରାଇଥିଲା। ୨୦୦୨ରେ ‘ଖୁସି’ ଫିଲ୍ମ ପରଠାରୁ ସେ ବକ୍ସଅଫିସରେ ହିଟ୍‌ ଫିଲ୍ମ ଦେଇ ଆସୁଛନ୍ତି। ମେଗା ଷ୍ଟାର ଚିରଞ୍ଜିବୀଙ୍କ ଭାଇ ହୋଇଥିବାରୁ ତାଙ୍କୁ ଅନେକ ଲାଭ ମଧ୍ୟ ମିଳିଥିଲା।
Pawan Kalyan's Depression Story: When Actor Tried To Kill Himself With His Brother Chiranjeevi's Gun
୨୦୦୮ରେ ଚିରଞ୍ଜିବୀ ରାଜନୀତିକୁ ଆସିଥିଲେ। ସେ ପ୍ରଜା ରାଜ୍ୟମ ପାର୍ଟି କରିଥିଲେ। ଏହାର ୟୁଇ୍‌ ଓ୍ବିଙ୍ଗ ଯୁବରାଜ୍ୟମର ଅଧ୍ୟକ୍ଷ ଭାଇ ପଓ୍ବନ କଲ୍ୟାଣଙ୍କୁ କରିଥିଲେ। ହେଲେ ସେତେବେଳେ ପଓ୍ବନ କେବଳ ପ୍ରଚାର କରୁଥିଲେ। ୨୦୧୧ରେ ଚିରଞ୍ଜିବୀ କଂଗ୍ରେସରେ ଦଳକୁ ବିଲୟ କରିଥିଲେ। ଏହାକୁ ପସନ୍ଦ କରି ନ ଥିଲେ ପଓ୍ବନ କଲ୍ୟାଣ। କିଛି ଦିନ ପରେ ସେ ରାଜନୀତି ଛାଡ଼ି ଦେଇଥିଲେ।
Pawan Kalyan Prized Possessions: From A Bungalow Worth 12 Crores To A Fleet Of Cars Worth 3 Crores, Bheemla Nayak Actor Lives A Dreamy Life!
ମୃଦୁ ପାନୀୟ ବିଜ୍ଞାପନ ଛାଡ଼ି ଦେଇ ସେ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ। କମ୍ପାନୀ ତାଙ୍କୁ ଶାହାରୁଖ ଖାନଙ୍କଠାରୁ ଅଧିକ ଟଙ୍କା ଯାଚିଥିଲେ ହେଁ ଲୋକଙ୍କ ସ୍ବାସ୍ଥ୍ୟପ୍ରତି ଠିକ୍‌ ନ ଥିବା ଦର୍ଶାାଇ ‘ମୋ ପାଇଁ ଟଙ୍କାଠାରୁ ମୋ ବିଶ୍ୱାସ’ ବଡ଼ ବୋଲି ରୋକଠୋକ୍‌ ଶୁଣାଇ ଦେଇଥିଲେ।
When Renu Desai Opened Up About Her Relationship & Divorce With Ex-Husband Pawan Kalyan; 'He Was Like Friend' - Filmibeat
ବ୍ୟକ୍ତିଗତ ଜୀବନ ଦେଖିଲେ ପଓ୍ବନ କଲ୍ୟାଣ ୩ ବିବାହ କରିଛନ୍ତି। ପ୍ରଥମେ ସେ ନନ୍ଦିନୀଙ୍କୁ ବିବାହ କରିଥିଲେ। ହେଲେ ୨୦୦୧ରେ ଦୁହିଁଙ୍କ ବାଟ ଅଲଗା ହୋଇଥିଲା। ଏହାପରେ ପଓ୍ବନ କୋ ଷ୍ଟାର ରେଣୁ ଦେଶାଇଙ୍କ ସହ ଲିଭ୍‌ ଇନ୍‌ରେ ରହିଥିଲେ। ଏହି ସମୟରେ ନନ୍ଦିନୀ ତାଙ୍କ ଉପରେ ଦୁଇଟି ବିବାହ କରିଥିବା ଅଭିଯୋଗ କରି ମାମଲା କରିଥିଲେ। ୨୦୦୮ରେ ବିଧିବଦ୍ଧ ଛାଡ଼ପତ୍ର ହୋଇଥିଲା। ୮ ବର୍ଷ ଧରି  ଲିଭ୍‌ ଇନ୍‌ରେ ରହିବା ପରେ ସେ ରେଣୁଙ୍କୁ ବିବାହ କରିଥିଲେ। ୨୦୧୦ରେ ତାଙ୍କ ଝିଅ ଜନ୍ମ ହୋଇଥିଲା। ଏହାର ୨ ବର୍ଷ ପରେ ସେମାନେ ଅଲଗା ହୋଇଯାଇଥିଲେ।
Pawan Kalyan Wife Anna Lezhneva Biography: Age, Career, Family, Religion, Love Story, Kids, Networth, Interesting Facts, Photos
୨୦୨୪ ନିର୍ବାଚନ ସମୟରେ ତାଙ୍କ ତୃତୀୟ ପତ୍ନୀ ଏନ୍ନା ଲେଜନେବା ଚର୍ଚ୍ଚାକୁ ଆସିଥିଲେ। ପଓ୍ବନ ତାଙ୍କୁ ୨୦୧୩ରେ ବିବାହ କରିଥିଲେ। ରୁଷୀୟ ମଡେଲ ଏନ୍ନା ଅଭିନେତାଙ୍କ ସହ ଫିଲ୍ମ ‘ତିନ ମାର୍‌’ରେ କାମ କରିଥିଲେ। ଏଠାରୁ ପ୍ରେମରେ ପଡ଼ିବା ପରେ ଦୁହେଁ ବିବାହ କରିଥିଲେ। ଉଭୟଙ୍କ ଏକ ପୁଅ ଏବଂ ଏକ ଝିଅ ଅଛି।
Pawan Kalyan Biography: Movies, Photos, Videos, News, Biography & Birthday
ପରିବାରକୁ କିଛି ଦିନ ସମର୍ଥନ ଦେବା ପରେ ରାଜନୀତିକୁ ଫେରିଥିଲେ ପଓ୍ବନ କଲ୍ୟାଣ। ୨୦୧୪ ନିର୍ବାଚନରେ ନିଜ ଦଳ କରିଥିଲେ। ସେ ଭାଜପା ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ସେତେବେଳେ ଭାଇ ଚିରଞ୍ଜିବୀ କଂଗ୍ରେସକୁ ସମର୍ଥନ ଦେଉତିଲେ। ଏମିତିରେ ସେ ତାଙ୍କ ଭାଇଙ୍କ ବିରୋଧରେ ଚାଲିଯାଇଥିଲେ। ଏହାପରେ ଆନ୍ଧ୍ରପ୍ରଦେଶରେ ଟିଡିବି ଏବଂ ଭାଜପା ମେଣ୍ଟ ପାଇଁ ପ୍ରଚାର କରିଥିଲେ। ହେଲେ କିଛି ବର୍ଷ ପରେ ସେ ଟିଡିପି ସରକାର ବିରୋଧରେ ଧାରଣା ଦେଇଥିଲେ। ୨୦୧୯ରେ ସମସ୍ତ ଆସନରେ ପ୍ରାର୍ଥୀ ରଖିଥିଲେ। ହେଲେ ଗୋଟିଏରେ ବିଜେତା ହୋଇଥିଲେ। ନିଜେ ଦୁଇ ଦୁଇଟି ଆସନରୁ ପରାଜିତ ହୋଇଥିଲେ।
Pawan Kalyan Biography: Movies, Photos, Videos, News, Biography & Birthday
ହେଲେ ୨୦୨୪ ନିର୍ବାଚନରେ ସବୁକିଛି ବଦଳି ଯାଇଥିଲା। ଆନ୍ଧ୍ର ରାଜନୀତିରେ ୩ ଜାତିଙ୍କ ଦବ୍‌ଦବା ରହିଛି। ରେଡ୍ଡି, କପୁ, କମ୍ମା। ପ୍ରଥମରେ ରେଡ୍ଡିଙ୍କ ହାତରେ ଶାସନ ରହିଥିଲା। ପରେ କମ୍ମା ସମୁଦାୟ ହାତକୁ ଯାଇଥିଲା। ଚିରଞ୍ଜିବି କମ୍ମା ସମୁଦାୟଙ୍କ ହୃଦୟ ଜିତିବାକୁ ଚେଷ୍ଟା କରିଥିଲେ। ହେଲେ ପାରି ନ ଥିଲେ। ଶେଷରେ ପଓ୍ବନ କଲ୍ୟାଣ  ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ସହ ହାତ ମିଶାଇଥିଲେ। ନାଇଡୁ କମ୍ମା ଏବଂ ପଓ୍ବନ କପୁ । ଏଣୁ ଉଭୟ ଜାତିର ଭୋଟର୍‌ ଏକାଠି ଆସିଥିଲେ। ଆନ୍ଧ୍ରପ୍ରଦେଶରେ ଟିଡିପି-ଭାଜପା-ଜେଏସ୍‌ପିର ଏନ୍‌ଡିଏ ମେଣ୍ଟ ସରକାର ହୋଇଛି। ପଓ୍ବନ କଲ୍ୟାଣଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ମିଳିଛି।

Enter your email to get our daily news in your inbox.

All Right Reserved By Dharitri.Com

ଶାହାଙ୍କ ଉପରେ ପୁରସ୍କାର ଘୋଷଣା କଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ, ସିଆର୍‌ପିଏଫ୍‌ ସ୍କୁଲ ବନ୍ଦ ପାଇଁ ଆହ୍ବାନ

ନୂଆଦିଲ୍ଲୀ,୨୫ା୧୦ : ଖଲିସ୍ତାନୀ ଆତଙ୍କବାଦୀ ତଥା ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ (ଏସ୍‌ଏଫ୍‌ଜେ) ମୁଖ୍ୟ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁ ପୁଣିଥରେ ଭାରତକୁ ଧମକ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୫।୧୦: ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା ଲାଗିଛି। ବାରାଣସୀ କୋର୍ଟ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି। ତେବେ ଜ୍ଞାନବାପିର ଏଏସ୍‌ଆଇ ସର୍ଭେ...

କିଏ ନେବେ ରତନ ଟାଟାଙ୍କ ଅତିପ୍ରିୟ ‘ଟିଟୋ’ର ଯତ୍ନ, ସାମ୍ନାକୁ ଆସିଲା ଏହି ନାମ

ମୁମ୍ବାଇ,୨୫।୧୦: ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ତଥା ସମ୍ମାନିତ ଚେୟାରମ୍ୟାନ ରତନ ଟାଟାଙ୍କ ଅକ୍ଟୋବର ୯ରେ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସରେ...

ଝାଡଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୫।୧୦: ଆଗକୁ ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଝାଡଖଣ୍ଡ ନିର୍ବାଚନକୁ ନେଇ ସବୁ ଦଳ ବଳ କଷାକଷି ଆରମ୍ଭ କରିଥିବାବେଳେ ଜାତୀୟ ରାଜନୀତି...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସୁପ୍ରିମକୋର୍ଟଙ୍କରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ହାଇକୋର୍ଟଙ୍କ...

ନୀତୀଶ କୁମାରଙ୍କୁ ଭେଟିଲେ ଖାନ ସାର୍‌, ବଢୁଛି ରାଜନୈତିକ ଉଷ୍ମତା

ପାଟନା,୨୫।୧୦: ଏବେ ବିହାରର ରାଜଧାନୀ ପାଟନାରୁ ଏକ ବଡ ଖବର ସାମ୍ନାକୁ ଆସିଛି। ପ୍ରତିଯୋଗିତାମୂଳକ ପରୀକ୍ଷାର ଜଣାଶୁଣା ଶିକ୍ଷକ ଖାନ ସାର୍‌ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri