ହଲରେ ଭଙ୍ଗାରୁଜା କଲେ ପଓ୍ବନ କଲ୍ୟାଣଙ୍କ ଫ୍ୟାନ୍‌

ହାଇଦ୍ରାବାଦ୍‌, ୯ା୪- ଦୁଇ ବର୍ଷର ବ୍ୟବଧାନ ପରେ ବଡ଼ ପରଦାକୁ ଫେରିଥିବା ସାଉଥ୍‌ର ପାଓ୍ବାରଷ୍ଟାର କୁହାଯାଉଥିବା ପଓ୍ବନ କଲ୍ୟାଣଙ୍କ ଫ୍ୟାନ୍ସ ତେଲାଙ୍ଗାନାର ଏକ ହଲରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ନିକଟରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ବକିଲ ସାବ’ ଦେଖିବାକୁ ବହୁ ସଂଖ୍ୟାରେ ଆସିଥିଲେ ଦର୍ଶକ। ହେଲେ ଯାନ୍ତ୍ରିକ ତୃଟି ଯୋଗୁ ଅଧାରେ ଅଟକି ଯାଇଥିଲା ଫିଲ୍ମ। ଏଥିରେ ଉତ୍ତ୍ୟକ୍ତ ହୋଇ ଥିଏଟରରେ ଭଙ୍ଗାରୁଜା କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

ପୂରା ଦେଶରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଭିଡିଓରେ ବହୁ ସଂଖ୍ୟାରେ ଲୋକମାନଙ୍କୁ ବିନା ମାସ୍କରେ ଦେଖିବାକୁ ମିଳୁଛି। ଆଉ ସାମାଜିକ ଦୂରତା ନିୟମର ପାଳନ ମଧ୍ୟ କରୁ ନ ଥିଲେ।

Share