Posted inଜାତୀୟ

ମୋଦିଙ୍କୁ ବାଛିଛନ୍ତି ପାଓ୍ବାର

ମୁମ୍ବାଇ/ନୂଆଦିଲ୍ଲୀ,୩୧ା୭ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଅତୀତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ ଓ ମନମୋହନ ସିଂଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ଦିଆଯାଇଥିଲା। ଜନସେବା ସମେତ ଦେଶର ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେବା ପାଇଁ ତାଙ୍କ ନାମ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ସୁପାରିସ କରିଥିଲେ। ଅଗଷ୍ଟ ୧ରେ ପୁଣେରେ ମୋଦିଙ୍କୁ ଏହି ସମ୍ମାନ ଦିଆଯିବ। ଉକ୍ତ କାର୍ଯ୍ୟକ୍ରମରେ ପାଓ୍ବାର ମୁଖ୍ୟ ଅତିଥି ରୂପେ ଯୋଗଦେବାକୁ ଥିବାରୁ ବିରୋଧୀ ମେଣ୍ଟ ଇଣ୍ଡିଆ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି। ପୁତୁରା ଅଜିତ ପାଓ୍ବାରଙ୍କ ବିଦ୍ରୋହ ପଛରେ ସିନିୟର ପାଓ୍ବାରଙ୍କ ନୀରବ ସମର୍ଥନ ଥିବା ଉଦ୍ଧବ ଗୋଷ୍ଠୀର ଶିବସେନା ସନ୍ଦେହ କଲାଣି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧ରେ ପୁଣେ ଯିବେ। ସେଠାରେ ତାଙ୍କୁ ଲୋକମାନ୍ୟ ତିଲକ ନ୍ୟାଶନାଲ ଆଓ୍ବାର୍ଡ-୨୦୨୩ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ଅଦ୍ୱିତୀୟ ନେତୃତ୍ୱ ନେଇ ନାଗରିକଙ୍କ ମଧ୍ୟରେ ଦେଶଭକ୍ତି ଭାବନା ଜାଗ୍ରତ କରିଥିବାରୁ ସ୍ବାଧୀନତା ସଂଗ୍ରାମୀ ବାଲ୍‌ ଗଙ୍ଗାଧର ତିଲକଙ୍କ ୧୦୩ତମ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କୁ ଏହି ପୁରସ୍କାର ଦିଆଯିବ ବୋଲି ତିଲକ ସ୍ମାରକ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ସବୁଠୁ ବଡ଼ କଥା ହେଲା, ଏସ୍‌ପି କଲେଜ ପଡ଼ିଆରେ ହେବାକୁ ଥିବା ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ପ୍ରତିଷ୍ଠାତା ଶରଦ ପାଓ୍ବାର ଯୋଗଦେବେ। ପାଓ୍ବାର ମୋଦିଙ୍କୁ ଏହି ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବେ। ଏନ୍‌ସିପିରେ ଫାଟ ସୃଷ୍ଟି ହୋଇଥିବାବେଳେ ଏହି କାର୍ଯ୍ୟକ୍ରମକୁ ରାଜନୈତିକ ଦୃଷ୍ଟିରୁ ବିଶେଷ ଗୁରୁତ୍ୱ ଦିଆଯାଉଛି।

ମହାବିକାଶ ଅଘାଡ଼ି (ଏମ୍‌ଭିଏ) ମେଣ୍ଟର ଅନେକ ନେତାଙ୍କ ମତରେ ପାଓ୍ବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହେବା ଅନୁଚିତ। ବିଶେଷକରି କେନ୍ଦ୍ର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବାବେଳେ ସରକାର ଦିଲ୍ଲୀ ଅମଲାତନ୍ତ୍ରୀଙ୍କ ଉପରେ ନିୟନ୍ତ୍ରଣ ସଂକ୍ରାନ୍ତ ଅଧ୍ୟାଦେଶ ଆଣିଛନ୍ତି। କେନ୍ଦ୍ର ସରକାର ଉକ୍ତ ଅଧ୍ୟାଦେଶ ସମ୍ପର୍କିତ ବିଲ୍‌କୁ ଖୁବ୍‌ଶୀଘ୍ର ଗୃହୀତ ପାଇଁ ଉଦ୍ୟମ କରିବେ। ତେଣୁ ଶିବସେନା ୟୁବିଟି, ଏଏପି, ସିପିଆଇଏମ୍‌ ଏବଂ ପାଓ୍ବାରଙ୍କ ନିଜ ଗୋଷ୍ଠୀ ତାଙ୍କୁ ଭେଟି ନିଷ୍ପତ୍ତି ବଦଳାଇବାକୁ ଅନୁରୋଧ କରିଛନ୍ତି। କାରଣ ପ୍ରଧାନମନ୍ତ୍ରୀ ଓ ପାଓ୍ବାର ଗୋଟିଏ ମଞ୍ଚରେ ଏକାଠି ହେଲେ ପୁତୁରା ଅଜିତ ପାଓ୍ବାରଙ୍କ ବିଦ୍ରୋହ ପରେ ସେ ତାଙ୍କ ସହ ସାଲିସ କରିଛନ୍ତି ବୋଲି ଭୁଲ୍‌ ସନ୍ଦେଶ ଯିବ। ଏନେଇ ଶିବସେନା ୟୁବିଟି ମୁଖପାତ୍ର ସଞ୍ଜୟ ରାଉତ୍‌ କହିଛନ୍ତି, ଯେତେବେଳେ ପ୍ରଧାନମନ୍ତ୍ରୀ ୨୬ ବିରୋଧୀ ଦଳକୁ ନେଇ ଗଠିତ ଇଣ୍ଡିଆନ୍‌ ନ୍ୟାଶନାଲ୍‌ ଡେଭେଲପ୍‌ମେଣ୍ଟ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ବିରୋଧରେ ବିଷ ଓକାଳୁଛନ୍ତି, ସେତେବେଳେ ପାଓ୍ବାର ସାହେବ ତାଙ୍କୁ ସମ୍ମାନିତ କରିବା ଶୋଭନୀୟ ନୁହେଁ। ଏପରି କରିବା ଦ୍ୱାରା ପାଓ୍ବାରଙ୍କ ଛବି ଓ ସମ୍ମାନ ଖରାପ ହେବ।

ଏହି କାର୍ଯ୍ୟକ୍ରମ ବେଳେ ୨୬ ବିରୋଧୀ ଦଳ କଳାପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି। ଏହାସତ୍ତ୍ୱେ ପାଓ୍ବାର ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। କାରଣ ଲୋକମାନ୍ୟ ତିଲକ ପୁରସ୍କାର ମୋଦିଙ୍କୁ ଦେବା ପାଇଁ ପାଓ୍ବାର ହିଁ ତାଙ୍କ ନାମ ସୁପାରିସ କରିଥିବା କୁହାଯାଉଛି। ଏହି ପୃଷ୍ଠଭୂମିରେ ଆଉ ଗୋଟିଏ କଥାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତାହା ହେଲା ଶରଦ ପାଓ୍ବାର ଓ ଦଳରେ ବିଦ୍ରୋହ କରି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହୋଇଥିବା ପୁତୁରା ଅଜିତଙ୍କ ଭିତରେ ଏକପ୍ରକାର ସାଲିସ ହୋଇଯାଇଥିବା କୁହାଯାଉଛି। କାରଣ ସିନିୟର ପାଓ୍ବାର ଅଜିତଙ୍କୁ ଖୋଲାଖୋଲି ସମାଲୋଚନା କରୁନାହାନ୍ତି। ଏପରି କି ଇତିମଧ୍ୟରେ ଅଜିତ ଗୋଷ୍ଠୀ ଓ ପାଓ୍ବାର ଗୋଷ୍ଠୀ ଏକାଧିକ ଥର ପରସ୍ପର ସହ ମିଳାମିଶା କଲେଣି।

୮୨ ବର୍ଷୀୟ ପାଓ୍ବାର ବୟସାଧିକ କାରଣରୁ ପୁତୁରାଙ୍କୁ ବିରୋଧ କରି ଲମ୍ବା ଲଢ଼େଇ ପାଇଁ ପ୍ରସ୍ତୁତ ନୁହନ୍ତି ବୋଲି କୁହାଯାଉଛି। ରାଜନୈତିକ ବିଶ୍ଳେଷକଙ୍କ ମତରେ ଶରଦ ପାଓ୍ବାର ଏନ୍‌ସିପିରେ ଅଜିତଙ୍କ ପ୍ରଭାବକୁ ଗ୍ରହଣ କରିସାରିଲେଣି। ଦୁଇଗୋଷ୍ଠୀ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ପାଓ୍ବାରଙ୍କ ଝିଅ ତଥା ଲୋକ ସଭା ଏମ୍‌ପି ସୁପ୍ରିୟା ସୁଲେ ଜାତୀୟ ସ୍ତରରେ ସକ୍ରିୟ ରହିବେ ଏବଂ ତାଙ୍କ ଗୋଷ୍ଠୀର ମହାରାଷ୍ଟ୍ର ମୁଖ୍ୟ ଜୟନ୍ତ ପାଟିଲଙ୍କୁ ମହାରାଷ୍ଟ୍ର କ୍ୟାବିନେଟରେ ସ୍ଥାନ ମିଳିବ। ଏପରି ହେଲେ କେନ୍ଦ୍ରର ମୋଦି କ୍ୟାବିନେଟରେ ଅଜିତ ଗୋଷ୍ଠୀର ରାଜ୍ୟ ସଭା ସଦସ୍ୟ ପ୍ରଫୁଲ ପଟେଲଙ୍କ ସମେତ ସୁପ୍ରିୟାଙ୍କୁ ମଧ୍ୟ ସୁଯୋଗ ମିଳିପାରେ ବୋଲି କୁହାଯାଉଛି।

ଆଗକୁ ଆଉ ଏକ ରାଜନୈତିକ ଝଡ଼

ମେ’ ୨୦ରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ମଣିପୁର ହିଂସାକୁ ନେଇ ସଂସଦରେ ଅଚଳାବସ୍ଥା ଲାଗିରହିଛି। ସପ୍ତାହାନ୍ତ ଛୁଟି ପରେ ସୋମବାର ପୁଣି ଚାଲିବାକୁ ଥିବା ସଂସଦରେ ଆଉ ଏକ ବଡ଼ ଝଡ଼ ଉଠିବାକୁ ଯାଉଛି ଦିଲ୍ଲୀ ଅମଲାତନ୍ତ୍ରୀଙ୍କ ଉପରେ ନିୟନ୍ତ୍ରଣ ପାଇଁ କେନ୍ଦ୍ରର ଅଧ୍ୟାଦେଶକୁ ନେଇ। ଗଭର୍ନମେଣ୍ଟ ଅଫ୍‌ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ୍‌ ଦିଲ୍ଲୀ (ସଂଶୋଧନ) ଅଧ୍ୟାଦେଶ ଉପରେ ଶାସକ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଏବଂ ୨୬ ବିରୋଧୀ ଦଳକୁ ନେଇ ଗଠିତ ଭାରତୀୟ ଜାତୀୟ ବିକାଶମୂଳକ ସମାବେଶୀ ମେଣ୍ଟ (ଇଣ୍ଡିଆ) ମଧ୍ୟରେ ସଂସଦରେ ମୁହଁାମୁହିଁ ସ୍ଥିତି ଦେଖିବାକୁ ମିଳିବ। ଇଣ୍ଡିଆରେ ସାମିଲ ଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏହି ଅଧ୍ୟାଦେଶକୁ ରାଜ୍ୟ ସଭାରେ ପାରିତ କରାଇ ନ ଦେବା ପାଇଁ ବିରୋଧୀ ଦଳଗୁଡ଼ିକର ସମର୍ଥନ ପାଇଛନ୍ତି।

ଗ୍ରୁପ୍‌-ଏ ଅଧିକାରୀମାନଙ୍କ ନିଯୁକ୍ତି ଓ ବଦଳି ଉପରେ ଜାତୀୟ ରାଜଧାନୀର ନିର୍ବାଚିତ ସରକାରଙ୍କ ନିୟନ୍ତ୍ରଣ ରହିବ ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ ମେ’ ୯ରେ ଏହାକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣିଛନ୍ତି। ଉକ୍ତ ଅଧ୍ୟାଦେଶକୁ ରାଜ୍ୟ ସଭାରେ ବିଧେୟକ ରୂପେ ଉପସ୍ଥାପନ କରି ଗୃହୀତ କରାଇବା ପାଇଁ ସରକାର ଉଦ୍ୟମ କରିବେ। ଇଣ୍ଡିଆ ଏମ୍‌ପିମାନେ ବିଲ୍‌ ବିରୋଧରେ ଭୋଟ ଦେବେ। ଏଭଳି ସମୟରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ସମେତ ସମସ୍ତ ବିରୋଧୀ ଦଳର ସଦସ୍ୟମାନଙ୍କ ଉପସ୍ଥିତି ଆବଶ୍ୟକ।

କିନ୍ତୁ କେଜ୍‌ରିଓ୍ବାଲଙ୍କ ସମେତ ବିରୋଧୀ ନେତାମାନଙ୍କୁ ନିରାଶ କରିବା ଭଳି ଏକ ଖବର ଆସିଛି। ତାହା ହେଉଛି, ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଉକ୍ତ ବିଧେୟକ ଉପରେ ଭୋଟିଂ ବେଳେ ରାଜ୍ୟ ସଭାରେ ରହି ନ ପାରନ୍ତି। ରାଜ୍ୟ ସଭାରେ ପାଓ୍ବାରଙ୍କ ଗୋଷ୍ଠୀରେ ଫୋଉଜିଆ ଖାନ୍‌ ଏବଂ ବନ୍ଦନା ଚଭନ ରହିଛନ୍ତି। ଅନ୍ୟପକ୍ଷେ ସିନିୟର ପାଓ୍ବାରଙ୍କ ପୁତୁରା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଗୋଷ୍ଠୀରେ ରାଜ୍ୟ ସଭା ସଦସ୍ୟ ପ୍ରଫୁଲ ପଟେଲ ରହିଛନ୍ତି। ଏନ୍‌ସିପି ଉଭୟ ଗୋଷ୍ଠୀ ଏକାଠି ହେଲେ ବିରୋଧୀ ଏକତା ଦୁର୍ବଳ ହେବ। ଜାତୀୟ ରାଜନୀତିରେ ଆଉ ଏକ ବଡ଼ ଝଡ଼ ସୃଷ୍ଟି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପରମାଣୁ ବୋମା ଟେଷ୍ଟିଂରେ ବ୍ୟବହାର ହୁଏ ଲକ୍ଷ ଲକ୍ଷ ଟନ୍‌ ଆଳୁ-ପିଆଜ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: ଦୁନିଆରେ କେବଳ ୯ଟି ଦେଶ ଅଛି ଯେଉଁମାନଙ୍କ ପାଖରେ ପରମାଣୁ ବୋମା ଅଛି। ଭାରତ ଏହି ଶକ୍ତଶାଳୀ ଦେଶ ମଧ୍ୟରୁ ଗୋଟିଏ। ଆପଣ ପରମାଣୁ...

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ଆଦିବାସୀଙ୍କୁ ପିଟି ମାରିଦେଲା ପୋଲିସ

ଅଗରତାଲା,୧୯ା୧୦:ତ୍ରିପୁରାରେ ହାଜତ ନିର୍ଯାତନାରେ ଜଣେ ୩୪ ବର୍ଷୀୟ ଆଦିବାସୀଙ୍କ ମୃତ୍ୟୁ ଘଟିଛି। ଏହି ମାମଲାରେ ୫ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି। ୨ ମାସ ମଧ୍ୟରେ...

ସଲମାନଙ୍କୁ ହତ୍ୟା ଧମକ ନେଇ ମୁହଁ ଖୋଲିଲେ ପିତା: କ୍ଷମା ମାଗିବା ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୧୯।୧୦: ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଆସୁଥିବା ଧମକ ଉପରେ ମୁହଁ ଖୋଲିଛନ୍ତି ପିତା ସଲିମ ଖାନ। ସେ କହିଛନ୍ତି, ସଲମାନ କାହାକୁ...

ତାମିଲନାଡୁ ରାଜ୍ୟ ସଙ୍ଗୀତ ଗାନ ବେଳେ ବିଭ୍ରାଟ: ରାଜ୍ୟପାଳଙ୍କୁ ଦୋଷଦେଲେ ଷ୍ଟାଲିନ୍‌

ଚେନ୍ନାଇ,୧୯ା୧୦:ଚେନ୍ନାଇସ୍ଥିତ ଦୂରଦର୍ଶନ କେନ୍ଦ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ବେଳେ କଣ୍ଠଶିଳ୍ପୀମାନେ ତାମିଲନାଡୁର ରାଜ୍ୟ ସଙ୍ଗୀତ ଗାନ ସମୟରେ ଏହାର କେତୋଟି ପଂକ୍ତି ଛାଡ଼ିଦେବାରୁ ବଡ଼...

‘ବୋରଲିନ’ ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ, ବୈଜ୍ଞାନିକ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୮।୧୦: ବୈଜ୍ଞାନିକଙ୍କ ବଡ଼ ଖୁଲାସା! ଆୟୁର୍ବେଦିକ କ୍ରିମ ଭାବରେ ଜଣାଶୁଣା ଓ ପ୍ରତିଟି ଘରେ ବ୍ୟହହୃତ ହେଉଥିବା ବୋରଲିନ ଆଣ୍ଟିସେପ୍ଟିକ କ୍ରିମ ଆୟୁର୍ବେଦିକ କ୍ରିମ୍‌ ନୁହେଁ।...

ରାଜସ୍ଥାନର ଲେଡି ସିଙ୍ଘମ ଆଇପିଏସ୍‌ଜଣଙ୍କ କିଏ? ଯାହାଙ୍କ ସ୍କାନର୍‌ରେ ୨୪ ଘଣ୍ଟା ରହୁଛନ୍ତି ଲରେନ୍ସ ବିଶ୍ନୋଇ…

ନୂଆଦିଲ୍ଲୀ,୧୮।୧୦: ମହାରାଷ୍ଟ୍ରର ମୁମ୍ବାଇର ବାନ୍ଦ୍ରାଠାରେ ଦଶହରା ଦିନ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ତାଙ୍କ ହତ୍ୟାର ଦାୟିତ୍ୱ ନେଇଛନ୍ତି।...

କଂଗ୍ରେସକୁ ଟାର୍ଗେଟ କଲେ ସଞ୍ଜୟ ରାଉତ, କହିଲେ ଅକ୍ଷମ ନେତା…

ମୁମ୍ବାଇ,୧୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମହା ବିକାଶ ଆଗାଡିରେ ଆସନ ବୁଝାମଣାରେ ସମସ୍ୟା ଉପୁଜୁଛି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଆସନ ବଣ୍ଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri