ପାଓ୍ବରୀ ଗର୍ଲ’ଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ହେଲେ ୧ ମିଲିୟନ ଫଲୋଅର୍ସ: ଭଲପାଇବା ପାଇଁ ପ୍ରଶଂସକଙ୍କୁ ଜଣାଇଲେ ଧନ୍ୟବାଦ

ପାଓ୍ବରୀ ଗର୍ଲ ନାମରେ ସୋସିଆଲ ମିଡିଆରେ ରାତାରାତି ପ୍ରସିଦ୍ଧ ହୋଇଥିବା ଦନାନୀର ମୁବିନ ଏବେ ସମଗ୍ର ବିଶ୍ୱର ପରିଚୟ ସୃଷ୍ଟି କରିପାରିଛନ୍ତି। ଗତ ୧ ମାସ ହେବ ଚର୍ଚ୍ଚାରେ ରହିଥିବା ଏହି ପାଓ୍ବରୀ (ପାର୍ଟି) ଗର୍ଲ ଇନ୍‌ଷ୍ଟାଗ୍ରାମ୍‌ରେ ୧ ଲକ୍ଷ ଲୋକଙ୍କ ହୃଦୟ ଜିତିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କୁ ୧ ମିଲିୟନରୁ ଊର୍ଦ୍ଧ୍ୱ ଲୋକ ଫଲୋ କରିଛନ୍ତି। ଏହି ଖୁସିରେ ସେ ବନ୍ଧୁ ଓ ପରିବାର ସହ ପାର୍ଟି କରୁଛନ୍ତି। ଏହି ପାର୍ଟି ସମୂଦ୍ର ନିକଟରେ ଏକ ଜାହାଜରେ ଚାଲିଛି। ଏହି ପାର୍ଟିର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିପାଇଁ ଦନାନୀର ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।
ପ୍ରକାଶ ଯେ, ଦନାନୀର ଗତ ମାସରେ ଏକ ଭିଡିଓ ଶେୟାର କରିଥିଲେ। ଯେଉଁଥିରେ ସେ ପାର୍ଟି ଶବ୍ଦକୁ ପାଓ୍ବରୀ କହୁଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ସେ ପ୍ରସିଦ୍ଧ ହୋଇଯାଇଛନ୍ତି।

Share