ଆମ ସଂସ୍କୃତିରେ ସୁନାର ରହିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ଏହା ଯେତିକି ସୁନ୍ଦର ସେତିକି ଉପଯୋଗୀ। ମହିଳାମାନଙ୍କର ଏହାପ୍ରତି ଅଶେଷ ଦୂର୍ବଳତା ରହିଥାଏ। ଏହାର ମୂଲ୍ୟ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହାକୁ କିଣିବା ସମୟରେ ସତର୍କ ନ ହେଲେ ଠକାମୀର ଶୀକାର ହୋଇପାରନ୍ତି। କ୍ୟାରେଟ ମିଟରରେ ସୁନାର ଶୁଦ୍ଧତା ପରଖି କିଣିବା ଉଚିତ। କିଣୁଥିବା ସୁନା କେତେ କ୍ୟାରଟର ତାହା ମଧ୍ୟ ଜାଣି ରଖିବା ଦରକାର।
ସୁନା କିଣିବାପରେ ଦୋକାନ ସ୍ବର୍ଣ୍ଣ କ୍ୟାରେଟ, ଶୁଦ୍ଧତା ସାର୍ଟିଫିକେଟ ଓ କ୍ୟାସ୍ ମେମୋ ଦେଇଥାନ୍ତି। ଏଥିରେ ସୁନାର ଓଜନ, ମେକିଂ ଚାର୍ଜ ଆଦିର ମୂଲ୍ୟ ଉଲ୍ଲେଖ ରହିଥାଏ। ଭବିଷ୍ୟତରେ ଗହଣା ବିକ୍ରି କରିବାକୁ ଗଲାବେଳେ ଏହି ସାର୍ଟିଫିକେଟ ଆଧାରରେ ଆପଣ ବଜାର ମୂଲ୍ୟ ଅନୁଯାୟୀ ଅର୍ଥ ପାଇପାରିବେ। ତେଣୁ ସୁନା ଗହଣା କିଣିବା ସମୟରେ ଏହାର ଶୁଦ୍ଧତା ଉପରେ ନଜର ରଖିବା ଆବଶ୍ୟକ
କ୍ୟାରେଟ ସ୍ବର୍ଣ୍ଣ
୨୪ ୯୯.୯%
୨୩ ୯୫.୮%
୨୨ ୯୧.୬%
୨୧ ୮୭.୫%
୨୦ ୮୩.୩%
୧୯ ୭୯.୧%
୧୮ ୭୫.୦%
୧୭ ୭୦.୮%
୧୬ ୬୬.୭%
୧୫ ୬୨.୫%
୧୪ ୫୮.୩%