ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଉତ୍ପିଡନ ଅଭିଯୋଗ ଆଣିଲେ ପାୟଲ

ମୁମ୍ବାଇ,୨୦ ।୯: ବଲିଉଡ୍‌ରେ ବିବାଦ ଯେମିତି ଥମିବାର ନାଁ ନେଉନି । ଶନିବାର ନବାଗତା ନାୟିକା ପାୟଲ ଘୋଷ ଚର୍ଚ୍ଚିତ ସେଲିବ୍ରିଟି ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଉତ୍ପିଡନର ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଛନ୍ତି । ସେ ଟୁଇଟରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟ୍ୟାଗ୍ କରି ଅନୁରାଗଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି । ଏହାପରେ ବଲିଉଡ୍ ନାୟିକା କଙ୍ଗନା ରାନାୱତ ପାୟଲଙ୍କ ସପକ୍ଷରେ ଆସି ଅନୁରାଗଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଇତିମଧ୍ୟରେ ରାଷ୍ଟ୍ରୀୟ ମହିଳା ଆୟୋଗ ଏହାକୁ ଗମ୍ଭିରତାର ସହ ନେଇଛନ୍ତି । ପାୟଲ ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି ଅନୁରାଗ ତାଙ୍କ ସହ ଜୋର ଜବରଦସ୍ତ ସମ୍ପର୍କ ରଖିଥିଲେ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଅନୁରୋଧ କରିଛନ୍ତି ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ତା’ହେଲେ ଯାଇ ଦେଶବାସୀ ଜାଣି ପାରିବେ ରଚନାତ୍ମକ କାମ କରୁଥିବା ଏହି ବ୍ୟକ୍ତିଙ୍କ ପଛରେ କିଭଳି ରାକ୍ଷସ ଲୁଚି ରହିଛି । ଏହାପରେ ପାୟଲ ଲେଖିଛନ୍ତି, ମୁଁ ଜାଣିଛି ଏହାପରେ ମୋର ଗୁଡାଏ କ୍ଷତି ହେବ ମୁଁ ନିଜକୁ ଅସୁରକ୍ଷିତ ମଣିବି, ଦୟାକରି ମୋତେ ସାହାଯ୍ୟ କରନ୍ତୁ ।

Share