ମୁମ୍ବାଇ: ଅଭିନେତ୍ରୀ ପାଲୟ ଘୋଷଙ୍କୁ କିଏ ବା ନ ଜାଣେ । ତାଙ୍କ ଅଭିନୟ ପାଇଁ ସେ ଯେତିକି ପରିଚିତ ତା’ଠାରୁ ଅଧିକ ପରିଚିତ ଅନୁରାଗ କଶ୍ୟପଙ୍କ ବିରୋଧରେ ସେ ଆଣିଥିବା ଯୌନ ନିର୍ଯ୍ୟାତନା ଅଭିଯୋଗକୁ ନେଇ । ବିଭିନ୍ନ ସମୟରେ ଏହାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ କିନ୍ତୁ ପାୟଲ ସୋସିଆଲ ମିଡିଆରେ ଯେଉଁ ଫଟୋ ଶେୟାର କରିଛନ୍ତି ତାକୁ ନେଇ ସେ ଟ୍ରୋଲର ଶିକାର ହୋଇଛନ୍ତି । ନିକଟରେ ପାୟଲ ଭାରତ ରତ୍ନ ଡା. ଆମ୍ବେଦକର ଆୱାର୍ଡ ପାଇଥିବାର ଏକ ଫଟୋ ଶେୟାର କରିବା ସହ ଲେଖିଥିଲେ, ଏହି ପୁରସ୍କାର ପାଇ ମୁଁ ବେଶ୍ ଖୁସି । ୨୬ ନଭେମ୍ବର ସମ୍ବିଧାନ ଦିବସ ଦିନ ଆୟୋଜିତ ହୋଇଥିବା ଉତ୍ସବକୁ ମୁଁ ଯାଇ ପାରି ନ ଥିଲି । କଠିନ ପରିଶ୍ରମକୁ ଲମ୍ବା ରାସ୍ତା ଅତିକ୍ରମ କରିବାକୁ ପଡିଥାଏ । ଆଉ ମୁଁ ଚାହୁଁଛି ଯୁବବର୍ଗ ଏହାକୁ ମାନନ୍ତୁ । ଏମିତି ମୁହୂର୍ତ୍ତ ମୋତେ ବିନମ୍ର କରୁଛି । ପାୟଲଙ୍କ ଏହି ଟୁଇଟ୍ ଦେଖିବା ପରେ ଅନେକ ତାଙ୍କୁ ଶୁଭେଚ୍ଛା ଜଣଇଛନ୍ତି ସତ । ହେଲେ କେତେଜଣ ୟୁଜର୍ସ ପାୟଲଙ୍କୁ କ’ଣ ପାଇଁ ଏହି ଆୱାର୍ଡ ମିଳିଛି ବୋଲି ପ୍ରଶ୍ନ କରିଛନ୍ତି । ଏହାସହ ସେମାନେ ତାଙ୍କୁ କେବଳ ଅନୁରାଗ କଶ୍ୟପଙ୍କ ନାଁରେ ଆଣିଥିବା ଅଭିଯୋଗ ପାଇଁ ଚିହ୍ନନ୍ତି ବୋଲି ଲେଖିଛନ୍ତି । ଏମିତି ଆହୁରି କିଛି କମେଣ୍ଟରେ ମଧ୍ୟ ଟ୍ରୋଲ ହୋଇଛନ୍ତି ପାୟଲ ।
Glad to have received the Bharat Ratna Dr.Ambedkar award. I couldn't attend the ceremony on Constitution Day i.e Nov 26. Hard work goes a long way and I really want the youth to take it up. Moments like these really humbles me.! #BlessedAndGrateful pic.twitter.com/PFWr0SIFMM
— Paayel Ghoshॐ #modi’s family ..modiji my Father 😇 (@iampayalghosh) November 28, 2020