ପ୍ରେମିକା ‘ଲକ୍‌ ଅପ୍‌’ରେ; ହେଲେ ବାହାରେ ବିବାହ ନେଇ ଘୋଷଣା କରି ଚର୍ଚ୍ଚାରେ…

ବମ୍ବେ: ପ୍ରେମିକା ‘ଲକ୍‌ ଅପ୍‌’ରେ। ହେଲେ ବାହାରେ ବିବାହ ନେଇ ଘୋଷଣା କରିଛନ୍ତି ପ୍ରେମିକ। ଆମେ କହୁଛୁ ଅର୍ଜୁନ ପୁରସ୍କାର ବିଜେତା ରେସଲର୍‌ ସଂଗ୍ରାମ ସିଂହଙ୍କ ବିଷୟରେ। ଅର୍ଜୁନଙ୍କ ପ୍ରେମିକା ଅଭିନେତ୍ରୀ ପାୟଲ ରୋହତଗୀ ଏବେ ଏକତା କପୁରଙ୍କ ଶୋ’ ‘ଲକ୍‌ ଅପ୍‌’ରେ ଭାଗ ନେଇଛନ୍ତି। ସେ ପ୍ରତିଯୋଗୀ ଭାବେ ଭଲ ଖେଳୁଥିବା ଦେଖାଯାଉଛି। ଏପରିସ୍ଥିତିରେ ହୋଲି ପୂର୍ବରୁ ସଂଗ୍ରାମ ଟୁଇଟରରେ ବିବାହ ନେଇ ଘୋଷଣା କରିଛନ୍ତି।

ଟୁଇଟ୍‌ କରି ସଂଗ୍ରାମ କହିଛନ୍ତି, ପାୟଲ ବହୁତ ଭଲ ଝିଅ। ପ୍ରତିଟି ଯୋଡ଼ିର ବିଚାର ଏବଂ ଚଳଣି ଏକ ଭଳି ହେବା ଉଚିତ। ଆମେ ଦୁଇଜଣ ଏକାପରି। ମାର୍ଚ୍ଚରେ ଆମେ ବିବାହ କରିଥାନ୍ତୁ ହେଲେ କାମକୁ ନେଇ ପ୍ରତିବଦ୍ଧତା ଯୋଗୁ ଜୁଲାଇରେ ଜନ୍ମଦିନ ଅର୍ଥାତ ଜୁଲାଇ ୨୧ ପାଖାପାଖି ବିବାହ କରିବୁ। ଭଗବାନ ସମସ୍ତଙ୍କ ମଙ୍ଗଳ କରନ୍ତୁ।

କହିରଖୁଛୁ, ପାୟଲ-ସଂଗ୍ରାମ ପରସ୍ପରକୁ ଏକ ରିଆଲିଟି ଶୋ’ରେ ଭେଟିଥିଲେ। ଏହାପରଠାରୁ ସେମାନେ ଡେଟ୍‌ କରିଆସୁଛନ୍ତି। ଏବେ ଉଭୟଙ୍କ ସମ୍ପର୍କକୁ ୮ରୁ ଅଧିକ ବର୍ଷ ହୋଇଗଲାଣି। ଏଣୁ ସମ୍ପର୍କକୁ ଆଉ ପାଦେ ଆଗକୁ ନେଇ ସେମାନେ ବିବାହ କରିବାକୁ ମନ ବଳାଇଛନ୍ତି।

Share