ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଲକ୍ଅପ୍ ତଥା ବିଗ୍ବସ୍ର ପ୍ରତିଯୋଗୀ ଥିବା ପାୟଲ ରୋହତଗୀ। ଦୀର୍ଘ ଦିନର ପ୍ରେମିକ ସଂଗ୍ରାମ ସିଂହଙ୍କ ହାତ ଧରିଛନ୍ତି ସେ। ସୋସିଆଲ ମିଡିଆରେ ବିବାହର ଏକ ଫଟୋ ଶେୟାର କରି ପାୟଲ ସମସ୍ତଙ୍କ ସହ ଖୁସି ବାଣ୍ଟିଛନ୍ତି।
ଆଗ୍ରାର ଜେପି ପ୍ୟାଲେସ୍ରେ ପାୟଲଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ନିଜ ଜୀବନର ଖାସ ଦିନରେ ସେ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ସଂଗ୍ରାମ ଧଳା ରଙ୍ଗର ଶେରଓ୍ବାନୀ ପିନ୍ଧିଥିଲେ। ଫଟୋଗୁଡ଼ିକ ଶେୟାର କରି ‘ପାୟଲ କେ ସଂଗ୍ରାମ’ ବୋଲି ସେ ଲେଖିଛନ୍ତି। ଏହା ଏବେ ବେଶ ଭାଇରାଲ ହେଉଥିବା ବେଳେ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।