Categories: ବାଣିଜ୍ୟ

ନୂଆ ଅବତାରରେ ଆସିବ ପେବ୍ୟାକ୍‌ ଇଣ୍ଡିଆ

ଭୁବନେଶ୍ୱର,୨୦।୫: ଦେଶର ପ୍ରମୁଖ ଫିନ୍‌ଟେକ୍‌ କମ୍ପାନୀ ତଥା ଭାରତପେ ଗ୍ରୁପ୍‌ର ସର୍ବବୃହତ୍‌ ମଲ୍ଟି ବ୍ରାଣ୍ଡ୍‌ ବିଶ୍ୱସ୍ତତା କାର୍ଯ୍ୟକ୍ରମ ‘ପେବ୍ୟାକ୍‌ ଇଣ୍ଡିଆ’ ଖୁବ୍‌ଶୀଘ୍ର ନୂଆ ଅବତାରରେ ଆସିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ସାରା ଦେଶରେ ବିଶ୍ୱସ୍ତତା ଏବଂ ପୁରସ୍କାର ପାଇଁ କମ୍ପାନୀ ଜିଲିୟନ୍‌କୁ ସର୍ବବ୍ୟାପୀ ବ୍ୟବହାର କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ଏ ସମ୍ପର୍କରେ ଜିଲିୟନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରିଜିଶ ରାଘବନ୍‌ କହିଛନ୍ତି, ଭାରତର ସର୍ବବୃହତ୍‌ ବିଶ୍ୱସ୍ତତା କାର୍ଯ୍ୟକ୍ରମ ଭାବେ ପେବ୍ୟାକ୍‌ ନିର୍ମାଣ କରିଥିଲୁ। ଏପରିକି ଏହା ଆମ ପାଇଁ ଏକ ଦୀର୍ଘ ଏବଂ ସନ୍ତୋଷଜନକ ଯାତ୍ରା ଥିଲା। ଆଜି ଆମେ ଜିଲିୟନ୍‌ ଭାବେ ଏକ ନୂତନ ଯୁଗ ଆରମ୍ଭ କରିଛୁ। ବିଶେଷକରି ନୂତନ ବ୍ରାଣ୍ଡ୍‌ ପରିଚୟ ଆମ ରଣନୀତିରେ ଏକ ପରିବର୍ତ୍ତନଶୀଳକୁ ଚିହ୍ନିତ କରିଥାଏ। ନୂତନ ନାମ ଏବଂ ପରିଚୟ ଆମକୁ ଏକ ବ୍ୟାପକ ଗ୍ରାହକଙ୍କ ସହିତ ଉନ୍ନତ ସଂଯୋଗ କରିବାରେ ସାହାଯ୍ୟ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ସେହିପରି ଭାରତପେର ମୁଖ୍ୟ ମାର୍କେଟିଂ ଅଫିସର ପାର୍ଥ ଜୋଷୀ କହିଛନ୍ତି, ଆଜିର ଗ୍ରାହକଙ୍କୁ ଦୃଷ୍ଟିରେ ରଖି ଜିଲିୟନ୍‌ର ସୃଷ୍ଟି କରାଯାଇଛି। ବିଶେଷକରି ଏହା ୟଙ୍ଗ୍‌, ବୋଲ୍ଡ ଏବଂ ଶକ୍ତିଶାଳୀ ଗ୍ରାହକଙ୍କ ଜୀବନରେ ପ୍ରତ୍ୟେକ ଦିନ ଖୁସି ଯୋଡ଼ିବାକୁ ଲକ୍ଷ୍ୟ ରଖିଛି। ଆମେ ନିଶ୍ଚିତ ଯେ ବ୍ରାଣ୍ଡ୍‌ର ଏହି ନୂତନ ସଂସ୍କରଣ ଏକ ବ୍ୟାପକ ଗ୍ରାହକ ଆଧାରକୁ ଆକର୍ଷିତ କରିବ ଏବଂ ଅଧିକରୁ ଅଧିକ ବିତରଣ କରିବାରେ ସକ୍ଷମ ହେବ। ଏପରିକି ଜିଲିୟନ୍‌ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଗ୍ରାହକଙ୍କ ଯୋଗଦାନକୁ ଆଗେଇନେବା ପାଇଁ ଆମେ ଆସନ୍ତା ମାସରେ ମାର୍କେଟିଂ ଅଭିଯାନ ଆରମ୍ଭ କରିବୁ।

Share