Categories: ଜାତୀୟ

ପାଙ୍ଗୋଙ୍ଗ ହ୍ରଦ କୂଳରେ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାହୁଲ, କହିଲେ ତୁମର ପଦଚିହ୍ନ ହେଉଛି ମୋର ମାର୍ଗ…

ଲେହ,୨୦।୮ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ରବିବାର ଲଦାଖର ପାଙ୍ଗୋଙ୍ଗ ହ୍ରଦ କୂଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଏକ ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା।

ପ୍ରାର୍ଥନା ସଭା ପରେ ରାହୁଲ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି, ଏଠାରେ ଚିନ୍ତାର ବିଷୟ ହେଉଛି ଚାଇନା ଆମର ଜମି ଛଡ଼ାଇ ନେଇଛି, ଲୋକମାନେ କହୁଛନ୍ତି ଚାଇନା ସେନା ଏହି ଅଞ୍ଚଳରେ ପ୍ରବେଶ କରିଛି ଏବଂ ସେମାନଙ୍କର ଚାରଣ ଜମି ମଧ୍ୟ ଛଡ଼ାଇ ନିଆଯାଇଛି, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଛନ୍ତି ଏକ ଇଞ୍ଚ ଜମି ମଧ୍ୟ ଛଡ଼ାଯାଇ ନାହିଁ। ଏହା ସତ ନୁହେଁ, ଆପଣ ଏଠାରେ କାହାକୁ ମଧ୍ୟ ପଚାରିପାରିବେ । ସ୍ଥାନୀୟ ଲୋକେ ସତ ହିଁ କହିବେ।

ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ଟୱିଟର) ରେ କହିଛନ୍ତି ପାପା, ତୁମ ଆଖିରେ ଭାରତ ପାଇଁ ଯେଉଁ ସ୍ବପ୍ନ ଦେଖିଥିଲ, ତାହା ଏହି ମୂଲ୍ୟବାନ ସ୍ମୃତିରେ ପରିପୂର୍ଣ୍ଣ। ତୁମର ପଦଚିହ୍ନ ହେଉଛି ମୋର ମାର୍ଗ – ପ୍ରତ୍ୟେକ ଭାରତୀୟଙ୍କ ସଂଘର୍ଷ ଏବଂ ସ୍ବପ୍ନକୁ ବୁଝିବା, ଭାରତ ମାର ସ୍ବର ଶୁଣିବା।

 

Share