ଉତ୍କଳ ଦିବସ: ମହାପୁରୁଷଙ୍କୁ ମାଲ୍ୟାର୍ପଣ କରି ସ୍ମୃତିଚାରଣ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ) ଗଞ୍ଜାମ ବରିଷ୍ଠ ନାଗରିକଙ୍କ ପକ୍ଷରୁ ମଙ୍ଗଳବାର ଉତ୍କଳ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ପୌର ପରିଷଦ କର୍ମକର୍ତ୍ତା ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାଶ, କଳିଙ୍ଗର ବରପୁତ୍ର ବିଜୁ ପଟ୍ଟନାୟକ, ଉତ୍କଳ ଗୌରବ ମଧୁସୂଦନ ଦାଶ, ସୁଭାଷ ଚନ୍ଦ୍ର ବୋଷ ଏବଂ ଯୁବ ଶକ୍ତିର ଗୌରବ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରିଥିଲେ l କାର୍ଯ୍ୟକ୍ରମରେ ଉପଦେଷ୍ଟା ଲିଙ୍ଗରାଜ ପଟ୍ଟନାୟକ ନାୟକ, ସମ୍ପାଦକ ବିନୋଦ ଚନ୍ଦ୍ର ମହାପାତ୍ର, ଜଗନ୍ନାଥ ମନ୍ଦିର ପୂଜକ କନ୍ଧ ଶତପଥୀ, ବିପ୍ର ମହାପାତ୍ର, ଅରୁଣ ପାଣ୍ଡିଆ, ବିଜୟ ରାଉଳ, ନବକୃଷ୍ଣ ପଣ୍ଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l

Share