Categories: ବାଣିଜ୍ୟ

‘ବିବିଧ ସେ ବିଶ୍ୱାସ ସ୍କିମ୍‌’ ପେମେଣ୍ଟ

ନୂଆଦିଲ୍ଲୀ,୩୦।୮: ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ବିଭିନ୍ନ ଅନୁପାଳନ ସୀମାକୁ ସରକାର ବଢାଇଛନ୍ତି। କରୋନା ମହାମାରୀକୁ ଧ୍ୟାନରେ ରଖି ସରକାର ଟିକସଦାତାଙ୍କ ସୁବିଧା ଲାଗି ଏଭଳି କରିଥିବା ଜଣାପଡ଼ିଛି। ଚଳିତ ଆର୍ଥତ୍କବର୍ଷ ଲାଗି ଇକ୍ୱାଲାଇଜେଶନ ଲେଭି ଷ୍ଟେଟମେଣ୍ଟ ଫର୍ମ ୧ କ୍ଷେତ୍ରରେ ସମୟ ସୀମା ଡିସେମ୍ବର ୩୧କୁ ବଢାଯାଇଛି। ଫର୍ମ ୧୫ ସିସିର ତ୍ରୈମାସିକ ଷ୍ଟେଟମେଣ୍ଟ କ୍ଷେତ୍ରରେ ଅଧିକୃତ ଡିଲରଙ୍କ ଲାଗି ଜୁନ ଏବଂ ସେପ୍ଟେମ୍ବର ତ୍ରୈମାସର ରିଟର୍ନ ଯଥାକ୍ରମେ ନଭେମ୍ବର ୩୦ ଏବଂ ଡିସେମ୍ବର ୩୧ ସୁଦ୍ଧା ଫାଇଲ କରିବାକୁ ହେବ। ସେହିଭଳି ପେନ୍‌ସନ ଫଣ୍ଡ ଏବଂ ସଭରେନ ଓ୍ବେଲଥ ଫଣ୍ଡର ଇଲେକ୍‌ଟ୍ରୋନିକ୍ସ ଫାଇଲିଂ ଫର୍ମ କ୍ଷେତ୍ରରେ ଅବଧିକୁ ମଧ୍ୟ ବଢାଯାଇଛି। ଜୁନ ଏବଂ ସେପ୍ଟେମ୍ବର ତ୍ରୈମାସ ଲାଗି ସୀମା ନଭେମ୍ବର ୩୦ ଏବଂ ଡିସେମ୍ବର ୩୧ ରଖାଯାଇଛି। ଜୁନ ଏବଂ ସେପ୍ଟେମ୍ବର ତ୍ରୈମାସ ଲାଗି ୧୫ଜି ଏବଂ ୧୫ ଏଚ୍‌ ଡିକ୍ଲାରେଶନ ଅପ୍‌ଲୋଡ କରିବା ଅବଧିକୁ ଯଥାକ୍ରମେ ନଭେମ୍ବର ୩୦ ଏବଂ ଡିସେମ୍ବର ୩୧କୁ ବଢାଯାଇଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ସୂଚନା ରହିଛି।

Share