Categories: ବାଣିଜ୍ୟ

ପେଟିଏମ୍‌ ଆଣିଲା ନୂଆ ଛୋଟ ସାଉଣ୍ଡ ବକ୍ସ, କେବଳ ମୋବାଇଲରେ ନୁହେଁ କାର୍ଡରେ ବି ହେବ ପେମେଣ୍ଟ…

ନୂଆଦିଲ୍ଲୀ,୫।୯: ଅନଲାଇନ୍‌ ପେମେଣ୍ଟ କରୁଥିବା ବ୍ୟକ୍ତିଙ୍କ ଲାଗି ଭଲ ଖବର। ଫିନ୍‌ଟେକ୍‌ ଫାର୍ମ ପେଟିଏମ୍‌ ଗ୍ରାହକଙ୍କ ଲାଗି ଏକ ନୂଆ ସାଉଣ୍ଡ ବକ୍ସ(ପେଟିଏମ୍‌ କାର୍ଡ ସାଉଣ୍ଡ ବକ୍ସ) ବଜାରକୁ ଆଣିଛି। ଏହି ସାଉଣ୍ଡ ବକ୍ସରୁ ଗ୍ରାହକ ଏବେ କ୍ୟୁଆର୍‌ କୋର୍ଡ ଅର୍ଥାତ ମୋବାଇଲ ବ୍ୟତିତ କାର୍ଡରୁ ମଧ୍ୟ ପେମେଣ୍ଟ କରିପାରିବେ। ଏହାର ଦାମ ୯୯୯ ଟଙ୍କା ରହିଛି। କମ୍ପାନୀ ସର୍ବଦା ଦେଶର ଛୋଟ ବ୍ୟବସାୟୀଙ୍କ ଲାଗି ପେମେଣ୍ଟ ଏବଂ ଫାଇନାନ୍ସିଆଲ ସର୍ଭିସେସ ସମସ୍ୟାକୁ ସମାଧାନ କରିବାକୁ ଲାଗି ଆଗୁଆ ଥିବା ପ୍ରତିଷ୍ଠାତା ତଥା ସିଇଓ ବିଜୟ ଶେଖର ବର୍ମା କହିଛନ୍ତି।

ସାଉଣ୍ଡ ବକ୍ସକୁ ଭାରତର ୫୫୦ ସହରରେ ପହଞ୍ଚାଇବାକୁ ଅଭିଯାନ ଆରମ୍ଭ ହୋଇଛି। ଏହାଦ୍ୱାରା ବ୍ୟବସାୟୀ ୫୦୦୦ ଟଙ୍କା ପର୍ଯ୍ୟନ୍ତ କାର୍ଡରୁ ଟଙ୍କା ଗ୍ରହଣ କରିପାରିବେ। ଏହା ଭିଜା, ମାଷ୍ଟରକାର୍ଡ, ଆମେରିକାନ ଏକ୍ସପ୍ରେସ, ରୁପେ ନେଟଓ୍ବର୍କରେ ପେମେଣ୍ଟ ଆକ୍ସେପ୍ଟ କରିଥାଏ। ଏହା ୪ଜି କନେକ୍ସନ ସହ ଚାଲୁଥିବା ବେଳେ ୪ଓ୍ବାଟ ସ୍ପିକର ଏବଂ ୫ ଦିନର ବ୍ୟାଟେରୀ ଲାଇଫ୍‌ ରହିଛି। ଏହା ୧୧ ଭାଷାରେ ଆଲର୍ଟ ପ୍ରଦାନ କରିଥାଏ।

Share