Categories: ବାଣିଜ୍ୟ

ପେଟିଏମ୍‌ ପେମେଣ୍ଟ ସର୍ଭିସେସ୍‌ ଅଡିଟର ପଦରୁ ଇସ୍ତଫା ଦେଲା ପିଡବ୍ଲୁସି

ନୂଆଦିଲ୍ଲୀ,୮।୮: ପେଟିଏମ୍‌ ପେମେଣ୍ଟ ସର୍ଭିସର ଅଡିଟର ପଦରୁ ଇସ୍ତଫା ଦେଇଛି ଖ୍ୟାତନାମା ଆକାଉଣ୍ଟିଂ ଫାର୍ମ ପ୍ରାଇସ୍‌ ଓ୍ବାଟରହାଉସ୍‌ କପର୍ସ(ପିଡବ୍ଲୁସି)। ତେବେ ପିଡବ୍ଲୁସି ସ୍ଥାନରେ ଏବେ କୋଲକାତା ସ୍ଥିତ ଏସ୍‌ଆର୍‌ ବାଟଲିବୋଇ ଆଣ୍ଡ ଆସୋସିଏଟ୍‌ସ ଏଲ୍‌ଏଲ୍‌ପିକୁ ନୂଆ ଆଧିକାରିକ ଅଡିଟର ଭାବେ ନିଯୁକ୍ତି ମିଳିଛି।

ପେଟିଏମ୍‌ କହିଛି, ପିଡବ୍ଲୁସି ଆମର ସବ୍‌ସିଡାରୀ ପେଟିଏମ୍‌ ସର୍ଭିସେସ୍‌ର ଅଡିଟର ପଦରୁ ଇସ୍ତଫା ଦେଇଛି। ଏହି ଇସ୍ତଫା ଅଗଷ୍ଟ ୭ରୁ ଲାଗୁ ହୋଇଛି। ତାଙ୍କ ସ୍ଥାନରେ ଏସ୍‌ଆର୍‌ ବାଟଲିବୋଇ ଆଣ୍ଡ ଆସୋସିଏଟ୍‌ସ ଏଲ୍‌ଏଲ୍‌ପିକୁ ନିଯୁକ୍ତି ଦିଆଯାଇଛି।

Share