Categories: ବାଣିଜ୍ୟ

Paytm UPIର କ’ଣ ହେବ! କାମ କରିବ ନା ବନ୍ଦ ହୋଇଯିବ? ଜବାବ ରଖିଲା କମ୍ପାନୀ

ନୂଆଦିଲ୍ଲୀ,୬।୧୨: ଗତ କିଛିଦିନ ଧରି ଆର୍‌ବିଆଇର କାର୍ଯ୍ୟାନୁଷ୍ଠାନ ଯୋଗୁ  ଚର୍ଚ୍ଚାରେ ରହିଛି ପେଟିଏମ୍‌ । ୩୦ କୋଟିରୁ ଅଧିକ ପେଟିଏମ୍‌ ବ୍ୟବହାରକାରୀଙ୍କ ମନରେ ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ରହିଛି। ଏସବୁ ମଧ୍ୟରେ ପେଟିଏମ୍‌ର ମ୍ୟାନେଜମେଣ୍ଟ ଏବଂ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା କହିଛନ୍ତି ଯେ କମ୍ପାନୀ ପୂର୍ବଭଳି ସୁବିଧା ଉପଲବ୍ଧ କରାଇବ। ପେଟିଏମ୍‌ ଆପ୍‌(paytm App) ଏବଂ ୟୁପିଆଇ ସର୍ଭିସେସ୍‌(UPI services) ଆଦି ଫେବୃଆରୀ ୨୯ ପରେ ମଧ୍ୟ ପୂର୍ବଭଳି ଚାଲୁ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଆର୍‌ବିଆଇର ଘୋଷଣାନୁଯାୟୀ ଫେବୃଆରୀ ୨୯ ପରେ ପେଟିଏମ୍‌ ଓ୍ବାଲେଟ୍‌ ବ୍ୟବହାରକାରୀ ନିଜର ଆକାଉଣ୍ଟରୁ କୌଣସି ଟପ୍‌ଅପ୍‌ କରିପାରିବେ ନାହିଁ। ଅର୍ଥାତ କେହି ନିଜ ଆକାଉଣ୍ଟରେ ଥିବା ଟଙ୍କାକୁ ବ୍ୟବହାର କରିପାରିବେ ହେଲେ ଓ୍ବାଲେଟ୍‌ରେ ଥିବା ଟଙ୍କା ଏବଂ ଡିପୋଜିଟ୍‌ କରିପାରିବେ ନାହିଁ। ଏହି ଘୋଷଣା ପରଠାରୁ ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ ଏବଂ ପେଟିଏମ୍‌ ଆପ୍‌ର ଭବିଷ୍ୟତକୁ ନେଇ ନାନାଦି ପ୍ରଶ୍ନ ଉଠିଥିଲା। ଏହାପରେ କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି।
Paytm UPI ର କ’ଣ ହେବ?
ଏବେ ପେଟିଏମ୍‌ ପକ୍ଷରୁ ସଦ୍ୟ ବୟାନ ଜାରି କରାଯାଇଛି। ତଦନୁଯାୟୀ ଫେବୃଆରୀ ୨୯ ପରେ ପେଟିଏମ୍‌ରେ ୟୁପିଆଇ ସେବା ଉପଲବ୍ଧ ରହିବ। କିଛି ଜରୁରୀ ଅପ୍‌ଡେଟ୍‌ କରିବା ଲାଗି ଅନ୍ୟ ବ୍ୟାଙ୍କ ସହ କଥାବାର୍ତ୍ତା କରାଯାଉଛି। ଫଳରେ ବ୍ୟବହାରକାରୀ ପେଟିଏମ୍‌ ଏବଂ ୟୁପିଆଇର ସୁବିଧା ପାଇବେ।
Paytm ରେ UPI:-
ଗତ ବର୍ଷ ଅର୍ଥାତ ଡିସେମ୍ବର ୨୦୨୩ରେ ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ ଲିମିଟେଡ୍‌ ୟୁପିଆଇ ବ୍ୟବହାରକାରୀ ମାମଲାରେ ସବୁଠାରୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବ୍ୟାଙ୍କ ହୋଇଥିଲା। ଡିସେମ୍ବରରେ ହୋଇଥିବା ୨୮୩.୫ କୋଟି ଟ୍ରାନ୍ଜାକ୍ସନରେ ମୋଟ ୪୧ କୋଟି ଟ୍ରାନ୍ଜାକ୍ସନ ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କରେ ହୋଇଥିଲା। ଗ୍ରାହକମାନେ ଏହାର ଆପ୍‌ରେ ମୋଟ ୧୪୪.୨୫ କୋଟି ଟ୍ରାନ୍ଜାକ୍ସନ କରିଥିଲେ, ଯାହାର ମୂଲ୍ୟ ୧୬,୬୫୯.୪୯ କୋଟି ଟଙ୍କା ଥିଲା।
Share