ବନ୍ଦ ହୋଇଯିବ Paytm, ଆଉ ବ୍ୟବହାର କରିପାରିବେନି ପେଟିଏମର ଏହି ସର୍ଭିସ

ନୂଆଦିଲ୍ଲୀ,୧୩।୩: ବନ୍ଦ ହୋଇଯିବ Paytm। ଆଉ ମାତ୍ର ଦୁଇଟା ଦିନ ପରେ ଆପଣ ବ୍ୟବହାର କରିପାରିବେନି ପେଟିଏମ ବ୍ୟାଙ୍କ। ଆରବିଆଇ ନିର୍ଦ୍ଦେଶ ଅନୁଯାୟୀ, ପେଟିଏମକୁ ମାର୍ଚ୍ଚ ୧୫ ଯାଏଁ ସେବା ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହା ଆଉ ଦୁଇଟା ଦିନ ପରେ ଶେଷ ହେବାକୁ ଯାଉଛି। ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ, ୨୦୨୪ ମାର୍ଚ୍ଚ ୧୫ ପରେ ପେଟିଏମ ପେମେଣ୍ଟ ବ୍ୟାଙ୍କରେ କୌଣସି ଟ୍ରାଞ୍ଜାକ୍ସନ କରିପାରିବେ ନାହିଁ। ଏଭଳି ପରିସ୍ଥିତିରେ ବ୍ୟାଙ୍କ ଗ୍ରାହକମାନଙ୍କୁ ପେଟିଏମ ପେମେଣ୍ଟ ବ୍ୟାଙ୍କରେ ଥିବା ଟଙ୍କାକୁ ଅନ୍ୟ କୌଣସି ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛି।

ପେଟିଏମ ପେମେଣ୍ଟ ବ୍ୟାଙ୍କ ବନ୍ଦ ହେବା ପରେ କେଉଁ ସେବା ଉପଲବ୍ଧ ହେବ ଏବଂ କେଉଁ ସେବା ବନ୍ଦ ହେବ ସେନେଇ ଅନେକ ଲୋକ ଦ୍ୱନ୍ଦ୍ୱରେ ଅଛନ୍ତି। କହିରଖୁଛୁ କି, କିଛି ସେବା ବନ୍ଦ ହେବା ପରେ ମଧ୍ୟ ଜାରି ରହିବ। ଯେପରି କ୍ୟାସ ଓ୍ବିଥଡ୍ର, ରିଫଣ୍ଡ, କ୍ୟାସ ବ୍ୟାକ୍‌ , UPI ମାଧ୍ୟମରେ କ୍ୟାସ ଓ୍ବିଥଡ୍ର କିମ୍ବା OTT ପେମେଣ୍ଟ ଇତ୍ୟାଦି। ତେବେ ଆସନ୍ତୁ ଜାଣିବା ପେଟିଏମ ବନ୍ଦ ହେବା ପରେ କେଉଁ ସେବା ଜାରି ରହିବ ଆଉ ବନ୍ଦ ରହିବ।

ମାର୍ଚ୍ଚ ୧୫ ପରେ ୟୁଜର ପେଟିଏମ ପେମେଣ୍ଟ ବ୍ୟାଙ୍କରୁ ଆକାଉଣ୍ଟ, ଫାସଟ୍ୟାଗ୍‌ର ରିଚାର୍ଜ କରିପାରିବେ ନାହିଁ। କୌଣସି ଟ୍ରଞ୍ଜାକ୍ସନ ମଧ୍ୟ କରିପାjରିବେ ନାହିଁ। ୟୁଜର୍ସଙ୍କୁ ସାଲେରୀ କିମ୍ବା କୌଣସି ମନୀ ବେନିଫିଟ ବ୍ୟାଙ୍କରୁ ମିଳୁଛି ତ ଏହି ସେବା ମାର୍ଚ୍ଚ ୧୫ ପରେ ଆଉ ମିଳିବ ନାହିଁ। ପେଟିଏମ ଫାସଟ୍ୟାଗରେ ଥିବା ବାଲାନ୍ସକୁ ମାର୍ଚ୍ଚ ୧୫ପରେ ଅନ୍ୟ କୌଣସି ଫାସଟ୍ୟାଗକୁ ଟ୍ରାନ୍ସଫର କରିପାରିବେ ନାହିଁ। ୟୁପିଆଉ କିମ୍ବା ଆଇଏମପିଏସ ଦ୍ୱାରା ପେଟିଏମ ବ୍ୟାଙ୍କରୁ ଟଙ୍କା ଟ୍ରାନ୍ସଫର କରିପାରିବେ ନାହିଁ।

କିନ୍ତୁ ମାର୍ଚ୍ଚ ୧୫ ପରେ ପେଟିଏମ ପେମେଣ୍ଟ ବ୍ୟାଙ୍କ ୟୁଜର୍ସମାନେ ସେମାନଙ୍କ ଆକାଉଣ୍ଟ କିମ୍ବା ୱାଲେଟରେ ଥିବା ଟଙ୍କାକୁ withdraw କରିପାରିବେ। ସେହିପରି ପେଟିଏମ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟରୁ ସୁଧ, ରିଫଣ୍ଡ, କ୍ୟାସବ୍ୟାକ ଏବଂ ସ୍ବିପ ଇନ ପାର୍ଟନର ବ୍ୟାଙ୍କରୁ ଗ୍ରହଣ କରିପାରିବେ। ଯେପର୍ଯ୍ୟନ୍ତ ବାଲାନ୍ସ ରାଶି ଉପଲବ୍ଧ ଅଛି ସେ ପର୍ଯ୍ୟନ୍ତ ପେଟିଏମ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କାଢି ପାରିବେ କିମ୍ବା ଡେବିଟ ଅର୍ଡର କରିପାରିବେ।

 

Share