Categories: ଖେଳ

IPL 2024: ବିଜୟରୁ ସିଜିନ୍ ଆରମ୍ଭ କଲା ପଞ୍ଜାବ କିଙ୍ଗସ୍, ପ୍ରତ୍ୟାବର୍ତ୍ତନରେ ଋଷଭଙ୍କ ହାତରେ ଲାଗିଲା ପରାଜୟ

ନୂଆଦିଲ୍ଲୀ,୨୩।୩: ଚଣ୍ଡିଗଡ଼ର ମହାରାଜା ଯାଦବିନ୍ଦ୍ର ସିଂ ଷ୍ଟାଡିୟମରେ ଖେଳା ଯାଉଥିବା ଆଇପିଏଲ୍ ୨୦୨୪ ର ଦ୍ୱିତୀୟ ମ୍ୟାଚରେ ବିଜୟୀ ହୋଇଛି ପଞ୍ଜାବ କିଙ୍ଗସ୍। ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶିଖର ଧାୱନ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ।

ଆରମ୍ଭରୁ ଦିଲ୍ଲୀର ଦୁଇ ଓପନର ଡେଭିଡ ୱାର୍ନର ଏବଂ ମିଚେଲ ମାର୍ଶ ଭଲ ଆରମ୍ଭ କରିଥିଲେ। ତେବେ ମଧ୍ୟ କ୍ରମର ବ୍ୟାଟରଙ୍କ ବିଫଳତା ପାଇଁ ଦିଲ୍ଲୀ ବ୍ୟାଟିଂରେ ସଂଘର୍ଷ କରୁଥିବା ପରି ମନେ ହେଉଥିଲା, କିନ୍ତୁ ଶେଷ ଓଭରରେ ଅଭିଷେକ ପୋରେଲ ହର୍ଷଲ ପଟେଲଙ୍କ ଓଭରରେ ୨୫ ରନ୍ ସଂଗ୍ରହ କରି ଦିଲ୍ଲୀର ସ୍କୋରକୁ ଏକ ସମ୍ମାନଜନକ ୧୭୪ ରନରେ ପହଞ୍ଚାଇଥିଲେ।

ଟାର୍ଗେଟକୁ ପିଛା କରି ପଞ୍ଜାବ ଦ୍ରୁତ ଆରମ୍ଭ କରିଥିଲା। ଭଲ ଆରମ୍ଭ ପରେ ଗୋଟିଏ ପଟେ ୱିକେଟ୍ ଖସି ଚାଲିଥିବା ବେଳେ ଅନ୍ୟପଟେ ସାମ କୁରାନ୍ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ଦଳକୁ ବିଜୟର ଦ୍ୱାରଦେଶରେ ପହଂଚାଇଥିଲେ। ସେ ୪୭ ବଲରେ ୬୩ ରନର ଇନିଂସ ଖେଳିଥିଲେ। ଏହି ସମୟରେ ଖଲିଲ ଅହମ୍ମଦ ଉଣେଇଶ ତମ ଓଭରରେ କ୍ରମାଗତ ୨ ୱିକେଟ୍ ନେଇ ମ୍ୟାଚକୁ ରୋମାଞ୍ଚକର କରିଥିଲେ। ୨୧ ଟି ବଲରେ ଲିଆମ୍ ଲିଭିଙ୍ଗଷ୍ଟୋନଙ୍କ ଇନିଂସ ଯୋଗୁଁ ପଞ୍ଜାବ କିଙ୍ଗସ୍ ଶେଷରେ ୪ ୱିକେଟ୍ ହାତରେ ଥାଇ ମ୍ୟାଚ୍ ଜିତିଥିଲା।

Share