Categories: ଖେଳ

୪୫ ତମ ମ୍ୟାଚରେ ପିବିକେଏସ-ଏମଆଇ ମୁହାଁମୁହିଁ…

ମୋହାଲି,୩।୫ :ଆଇପିଏଲ ସିଜିନ ୧୬ର ୪୫ ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ବୁଧବାର ସନ୍ଧ୍ୟା ସାଢ଼େ ୭ଟାରେ ମୁହାଁମୁହିଁ ହେବେ। ମୋହାଲିର ପଞ୍ଜାବ କ୍ରିକେଟ ଆସେସିଏଶନ ଆଇଏସ ବିନ୍ଦ୍ରା କ୍ରିକେଟ ଷ୍ଟାଡିୟମରେ ଦୁଇ ଟିମ ବଳ କଷିବେ।

ପଏଣ୍ଟ ଟେବୁଲରେ ପିବିକେଏସ ଷଷ୍ଠ ସ୍ଥାନରେ ରହିଛି। ୯ ମ୍ୟାଚରୁ ୫ ଜିତି ୪ ହାରି ଏହା ୧୦ ପଏଣ୍ଟ ହାସଲ କରିଛି। ଏହାର ରନ ରେଟ ମାଇନସ ୦.୪୪୭ ରହିଛି। ସେହିପରି ଏମଆଇ ସପ୍ତମ ସ୍ଥାନରେ ରହିଛି। ୮ ମ୍ୟାଚରୁ ୪ ଜିତି ୪ ହାରି ଏହା ୮ ପଏଣ୍ଟ ହାସଲ କରିଛି। ଏହାର ରନ ରେଟ ମାଇନସ ୦.୫୦୨ ରହିଛି।

ପଞ୍ଜାବ କିଙ୍ଗ୍ସ ଦଳରେ ଶିଖର ଧାୱନ (ଅଧିନାୟକ), ଜିତେଶ ଶର୍ମା (ଓ୍ବିକେଟ କିପର), ପ୍ରଭାସମ୍ରନ ସିଂ, ଅଥର୍ବା ଟାଇଡେ, ଲିଆମ ଲିଭିଙ୍ଗଷ୍ଟୋନ, ସାମ କୁରାନ, ଶାହାରୁଖ ଖାନ, ସିକନ୍ଦର ରଜା, ହରପ୍ରୀତ ବ୍ରାର, କାଗିସୋ ରାବାଡା, ରାହୁଲ ଚହର, ଅର୍ଶଦୀପ ସିଂ, ମାଥ୍ୟୁ ସର୍ଟ, ଋଷି ଧାୱନ, ମୋହିତ ରାଠୀ, ଶିବମ ସିଂ, ହରପ୍ରୀତ ସିଂ ଭାଟିଆ, ଭାନୁକା ରାଜପକ୍ସା, ବାଲଟେଜ ସିଂ, ବିଦ୍ୱତ କାଭେରପ୍ପା, ନାଥାନ ଏଲିସ, ଗର୍ନୁର ବ୍ରାର
ରହିଛନ୍ତି।

ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ (ଓ୍ବିକେଟ କିପର), କ୍ୟାମେରନ ଗ୍ରୀନ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଟିମ ଡେଭିଡ, ଜୋଫ୍ରା ଆର୍ଚ୍ଚର, ପୀୟୁଷ ଚାୱଲା, କୁମାର କାର୍ତ୍ତିକେୟ, ରେଲି ମେରେଡିଥ, ଅର୍ଶଦ ଖାନ, ନେହଲ ୱାଡେରା, ଅର୍ଜୁନ ତେନ୍ଦୁଲକର, ବିଷ୍ଣୁ ବିନୋଦ ଶ୍ୟାମ ମୁଲାନି, ରମଣଦୀପ ସିଂ, କ୍ରିସ ଜୋର୍ଡାନ, ଜେସନ ବେହେରେଣ୍ଡର୍ଫ, ସନ୍ଦୀପ ୱାରିଅର୍‌, ହ୍ରିତିକ ଶୋକେନ, ଆକାଶ ମାଡୱାଲ, ଡୁଆନ ଜାନସେନ, ଟ୍ରିଆଷ୍ଟ ଷ୍ଟବ୍ସ, ଡିୱାଲ୍ଡ ବ୍ରେଭିସ, ରାଘବ ଗୋୟଲ ପ୍ରମୁଖ ରହିଛନ୍ତି।

Share