Categories: ଖେଳ

ଘରୋଇ ପଡ଼ିଆରେ ଲକ୍ଷ୍ନୌକୁ ଭେଟିବ ପଞ୍ଜାବ

ଚଣ୍ଡିଗଡ,୨୮।୪: ଆଇପିଏଲ ୨୦୨୩ର ୩୮ ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ(ଏଲଏସ୍‌ଜି)ମୁହାଁମୁହିଁ ହେବେ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ ପଞ୍ଜାବର ଘରୋଇ ପଡ଼ିଆ ବିନ୍ଦ୍ରା ଷ୍ଟାଡିୟମ ମୋହଲିରେ ସନ୍ଧ୍ୟା ୭.୩୦ରେ ଖେଳାଯିବ। ଲକ୍ଷ୍ନୌ ତା’ର ଶେଷ ମ୍ୟାଚ ହାରିଥିବାବେଳେ ପଞ୍ଜାବ ମୁମ୍ବାଇ ବିପକ୍ଷରେ ବିଜୟୀ ହୋଇଥିଲା। ତେବେ ଦଳ ବୋଲିଂରେ ପରିବର୍ତ୍ତନ ଆଣିପାରେ। ଏହି ସମୟରେ ଲକ୍ଷ୍ନୌ ମଧ୍ୟ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ ପରାସ୍ତ ହୋଇଥିଲା। ଏଭଳି ପରିସ୍ଥିତିରେ ଲକ୍ଷ୍ନୌ ବିଜୟ ଆଶା ସହିତ ପଡ଼ିଆରେ ପ୍ରବେଶ କରିବା ନିଶ୍ଚିତ।

Share