Categories: ଖେଳ

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ

ଚଣ୍ଡିଗଡ,୩।୫: ଆଇପିଏଲ ସିଜିନ ୧୬ର ୪୫ ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମଧ୍ୟରେ ବୁଧବାର ମୋହାଲିର ପଞ୍ଜାବ କ୍ରିକେଟ ଆସେସିଏଶନ ଆଇଏସ ବିନ୍ଦ୍ରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ।

ପଏଣ୍ଟ ଟେବୁଲରେ ପିବିକେଏସ ଷଷ୍ଠ ସ୍ଥାନରେ ରହିଛି। ୯ ମ୍ୟାଚରୁ ୫ ଜିତି ଏହା ୧୦ ପଏଣ୍ଟ ହାସଲ କରିଛି। ଏହାର ରନ ରେଟ ମାଇନସ ୦.୪୪୭ ରହିଛି। ସେହିପରି ଏମଆଇ ସପ୍ତମ ସ୍ଥାନରେ ରହିଛି। ୮ ମ୍ୟାଚରୁ ୪ ଜିତି ୮ ପଏଣ୍ଟ ହାସଲ କରିଛି। ଏହାର ରନ ରେଟ ମାଇନସ ୦.୫୦୨ ରହିଛି।

Share