Categories: ଖେଳ

ଟସ ଜିତିଲା ପିବିକେଏସ, ପ୍ରଥମେ ବୋଲିଂ, ଖେଳୁ ନାହାନ୍ତି ଶିଖର ଧାଓ୍ବନ…

ଲକ୍ଷ୍ନୌ,୧୫।୪ : ଆଇପିଏଲ ସିରିଜ ୧୬ର ୨୧ତମ ମ୍ୟାଚ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମଧ୍ୟରେ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଉଛି। ପିବିକେଏସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ସାମ କରନଙ୍କ ନେତୃତ୍ୱରେ ଦଳ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବାବେଳେ ଏଲଏସଜି ଟିମ ଅଧିନାୟକ କେ.ଏଲ.ରାହୁଲଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରିଛି।
ପିବିକେଏସ ଅଧିନାୟକ ଶିଖର ଧାଓ୍ବନ ମ୍ୟାଚରେ ଖେଳୁ ନ ଥିବାରୁ ତାଙ୍କ ସ୍ଥାନରେ ସାମ କରନ ଅଧିନାୟକତ୍ୱ କରୁଛନ୍ତି।

Share