Categories: ଖେଳ

୪ ଓ୍ବିକେଟରେ ଜିତିଲା ପିବିକେଏସ…

ଚେନ୍ନାଇ,୩୦।୪ : ଆଇପିଏଲ ୨୦୨୩ର ୪୧ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷରେ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ୪ ଓ୍ବିକେଟରେ ବିଜୟ ହାସଲ କରିଛି। ଧାର୍ଯ୍ୟ ୨୦ ଓଭରରେ ପିବିକେଏସ ୬ ଓ୍ବିକେଟ ହରାଇ ୨୦୧ ରନ କରିଛି।

ପିବିକେଏସ ପକ୍ଷରୁ ପ୍ରଭସିମରନ ସିଂ ୪୨ ରନ କରିଥିବାବେଳେ ଶିଖର ଧାଓ୍ବନ ୨୮ ରନ, ଅର୍ଥବ ତାଇଡେ ୧୩, ଲିଆମ ଲିଭିଂଷ୍ଟୋନ ୪୦, ସାମ କୁରାନ ୨୯, ଜିତେଶ ଶର୍ମା ୨୧, ସୀକନ୍ଦର ରାଜା ୧୩ ରନ କରିଥିଲେ।

ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ସିଏସକେ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଏମଲସ ଧୋନିଙ୍କ ନେତୃତ୍ୱରେ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ସେହିପରି ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ୱରେ ପିବିକେଏସ ଦଳ ବୋଲିଂ ଆରମ୍ଭ କରିଥିଲା।
ଧାର୍ଯ୍ୟ ୨୦ ଓଭରରେ ସିଏସକେ ୪ ଓ୍ବିକେଟ ହରାଇ ୨୦୦ ରନ କରିଥିଲା। ଫଳରେ ପିବିକେଏସ ପାଇଁ ବିଜୟ ଲକ୍ଷ୍ୟ ୨୦୧ ରନ ରହିଥିଲା।

ସିଏସକେ ପକ୍ଷରୁ ଋତୂରାଜ ଗାଇକ୍ୱାଡେ ୩୭ ରନ କରିଥିବା ବେଳେ ଡେଭୋନ କୋନୟେ ୯୨ ରନ, ଶିଭବ ଦୁବେ ୨୮, ମୋଇନ ଅଲି ୧୦, ରବିନ୍ଦ୍ର ଜାଡ଼େଜା ୧୨, ଏମଏସ ଧୋନି ରନ ୧୩ କରିଥିଲେ।

Share