Categories: ଖେଳ

ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ପାକିସ୍ତାନରେ ଉତ୍ତେଜନା, ମୁଖ୍ୟ ଚୟନକର୍ତ୍ତା ଇଞ୍ଜମାମଙ୍କ ଇସ୍ତଫା ସ୍ବୀକାର କଲା ପିସିବି

ଇସଲାମବାଦ,୯।୧୧: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବଂ ମୁଖ୍ୟ ଚୟନକର୍ତ୍ତା ଇଞ୍ଜମାମଙ୍କ ମଧ୍ୟରେ ମତଭେଦ ବୃଦ୍ଧି ପାଇଛି। ଏହି ସମୟରେ ଦେଶର କ୍ରିକେଟ ବୋର୍ଡ ପୂର୍ବତନ ଅଧିନାୟକଙ୍କ ଇସ୍ତଫା ସ୍ବୀକାର କରିଛି। ବିଶ୍ୱକପରେ ପାକିସ୍ତାନ ଦଳ ଭଲ ପ୍ରଦର୍ଶନ କରିପାରିନାହିଁ। ସେ ୮ଟି ମ୍ୟାଚରୁ ୮ ପଏଣ୍ଟ ପାଇଛି ଏବଂ ସେମିଫାଇନାଲ ଦୌଡରୁ ଓହରିଯାଇଛି। ଏବେ ପାକିସ୍ତାନକୁ ଇଂଲଣ୍ଡ ବିପକ୍ଷ ଶେଷ ମ୍ୟାଚ ଖେଳିବାକୁ ପଡିବ। ତେବେ ସେମିଫାଇନାଲରେ ପହଞ୍ଚିବା ପାଇଁ ପାକିସ୍ତାନକୁ ଚମତ୍କାର ପ୍ରଦର୍ଶନ କରିବାକୁ ପଡିବ।

ଭାରତରେ ଚାଲିଥିବା କ୍ରିକେଟ ବିଶ୍ୱକପ ବାବର ଆଜମ ନେତୃତ୍ୱାଧୀନ ପାକିସ୍ତାନ ଦଳ ସେମିଫାଇନାଲର ଶେଷ ସ୍ଥାନ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଚେଷ୍ଟା କରୁଥିବା ବେଳେ ପିସିବି ଗୁରୁବାର ଏକ ବିବୃତ୍ତି ଜାରି କରି କହିଛି ଯେ, ପୂର୍ବତନ ଅଧିନାୟକଙ୍କ ଇସ୍ତଫା ସ୍ବୀକାର କରିଛି।

 

Share