Categories: ଖେଳ

ବିଶ୍ୱକପ୍‌ ଟିମ୍‌ରେ ମିଳି ନ ଥିଲା ସୁଯୋଗ, ଏବେ ପିସିବି ତରଫରୁ ସରଫରାଜଙ୍କୁ ମିଳିଲା ଖୁସିଖବର

ଲାହୋର,୨୧।୧୦: ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ବିଶ୍ୱକପ୍‌ ପୂର୍ବରୁ ଘୋଷଣା କରାଯାଇଥିବା ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମାର ସମୀକ୍ଷା କରିବା ପରେ ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦଙ୍କୁ ପଦୋନ୍ନତି ଦେଇଛି। ସେ ଏବେ ‘ଗ୍ରୁପ୍‌ ଡି’ରୁ ‘ ଗ୍ରୁପ୍‌ ବି’ରେ ସାମିଲ ହୋଇଛନ୍ତି।
ଖେଳାଳିଙ୍କ ଚୁକ୍ତି ତାଲିକାର ସମୀକ୍ଷା କରିବା ପରେ ‘ଗ୍ରୁପ୍‌ ବି’ରେ ସରଫରାଜଙ୍କୁ ସାମିଲ କରାଯାଇଥିବା ଶୁକ୍ରବାର ପିସିବି କହିଛି। ପିସିବିର ଚୁକ୍ତିନାମାରେ ୫ ଅତିରିକ୍ତ ଖେଳାଳିଙ୍କୁ ମଧ୍ୟ ଯୋଡ଼ାଯାଇଛି। ଫଳରେ ଅନୁବନ୍ଧିତ ଖେଳାଳିଙ୍କ ମୋଟ ସଂଖ୍ୟା ୩୦ ହୋଇଛି। ଗତ ମାସରେ ବୋର୍ଡ ୩ ବର୍ଷ ଲାଗି ସେମାନଙ୍କ ସହ ଚୁକ୍ତି କରିଥିଲା। ଏହା ଜୁଲାଇ ପହିଲା ୨୦୨୩ରୁ ୩୦ ଜୁନ୍‌ ୨୦୨୬ ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ।
ପିସିବିର ସମୀକ୍ଷା ପରେ ଚୁକ୍ତି ତାଲିକା କିଛି ଏଭଳି:
ଗ୍ରୁପ ଏ- ବାବର ଆଜମ, ମହମ୍ମଦ ରିଜଓ୍ବାନ୍‌, ଶାହିନ ଶାହା ଆଫ୍ରିଦି
ଗ୍ରୁପ ବି-ଫକର ଜମାନ, ହରିସ ରାଓଫ, ଇମାମ-ଉଲ-ହକ, ମହମ୍ମଦ ନଓ୍ବାଜ, ନସୀମ ଶାହା, ସରଫରାଜ ଅହମ୍ମଦ, ଶାଦାବ ଖାନ୍‌
ଗ୍ରୁପ୍‌ ସି- ଆମିର ଜମାଲ, ଅରଶଦ ଇକବାଲ, ଫହିମ ଅଶରଫ, ହସନ ଅଲି, ଇଫ୍‌ତିଖାର ଅହମ୍ମଦ, ଏହସାନୁଲ୍ଲା, ମହମ୍ମଦ ହରିସ, ମହମ୍ମଦ ଓ୍ବାସିମ ଜୁନିୟର, ସଇମ ଅୟୁବ, ସଲମାନ ଅଲି ଆଗା, ସଉଦ ସକିଲ, ଶାହନଓ୍ବାଜ ଦହାନୀ, ଶାନ ମସୁଦ, ତୈୟବ ତାହିର, ଉସ୍ମାନ ମିର ଏବଂ ଜମା ଖାନ୍‌
Share