Categories: ଖେଳ

ପୁଣି ଭାରତକୁ ପାକିସ୍ତାନର ଧମକ, ‘ଏସିଆ କପ୍‌ ସ୍ଥାନାନ୍ତରିତ ହେଲେ…’

ନୂଆଦିଲ୍ଲୀ,୩।୧୨: ଏସିଆ କପ୍‌ ୨୦୨୩କୁ ନେଇ ପୁଣିଥରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ଧମକ ଦେଇଛି ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ପିସିବି)। ଭାରତୀୟ ଟିମ୍‌ ଯଦି ପାକିସ୍ତାନ ଆସିବ ନାହିଁ, ତାହା ହେଲେ ନ ଆସୁ। ମାତ୍ର ଯଦି ଏସିଆ କପ୍‌କୁ ଆଉ କେଉଁ ଦେଶରେ କରାଯାଏ ତେବେ ପାକିସ୍ତାନ ଏହି ଟୁର୍ନାମେଣ୍ଟରୁ ନାମ ଫେରାଇ ନେବ। ଏହାଛଡ଼ା ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ ଖେଳିବାକୁ ଯିବ ନାହିଁ ବୋଲି ବୋର୍ଡ ଅଧ୍ୟକ୍ଷ ରମିଜ ରାଜା କହିଛନ୍ତି।

ପ୍ରକାଶ ଥାଉ କି, ଏସିଆ କପ୍‌ ୨୦୨୩ ପାକିସ୍ତାନରେ ହେବା ଲାଗି ନିର୍ଦ୍ଧାରିତ କରାଯାଇଥିଲା। ହେଲେ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତତାକୁ ନେଇ ଭାରତୀୟ ଟିମ୍‌ ପାକିସ୍ତାନ ଯିବ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି। ଏଥିଯୋଗୁ ଏହି ସିଜନ ପାକିସ୍ତାନ ବ୍ୟତିତ ଅନ୍ୟ ଦେଶରେ ହୋଇପାରେ ବୋଲି କୁହାଯାଉଛି। ପିସିବିର ଆର୍ଥିକ ସ୍ଥିତି ଠିକ୍‌ ନ ଥିବାରୁ ଏହି ଟୁର୍ନାମେଣ୍ଟର ବହୁତ ଗୁରୁତ୍ୱ ରହିଛି। ମାତ୍ର ଭାରତର ଆଭିମୁଖ୍ୟକୁ ନେଇ ଏବେ ପାକିସ୍ତାନ ପକ୍ଷରୁ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Share