Categories: ଖେଳ

ଏସିଆ କପର ଅବଶିଷ୍ଟ ମ୍ୟାଚ ପାକିସ୍ତାନରେ ହେବାକୁ ନିବେଦନ କଲା ପିସିବି

ନୂଆଦିଲ୍ଲୀ,୪।୯: ଏସିଆ କପ ୨୦୨୩ରେ ବର୍ଷା ହେତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗ୍ରୁପ-ଏ ମ୍ୟାଚ ବାତିଲ ହୋଇଯାଇଥିଲା। ଏଥି ସହିତ ଶ୍ରୀଲଙ୍କାର କଲମ୍ବୋରେ ଲଗାତାର ପ୍ରବଳ ବର୍ଷା ହେତୁ ସୁପର-୪ ମୁକାବିଲା ମଧ୍ୟ ବାତିଲ ହେବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ମ୍ୟାଚକୁ ଦମ୍ବୁଲା ସ୍ଥାନାନ୍ତର କରିବାର ଖବର ସାମ୍ନାକୁ ଆସୁଛି, ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏସୀୟ କ୍ରିକେଟ ପରିଷଦ ସଭାପତି ଜୟ ଶାହାଙ୍କୁ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚ ପାକିସ୍ତାନକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛି।

ରିପୋର୍ଟ ଅନୁଯାୟୀ, ପିସିବି ପରିଚାଳନା କମିଟିର ଅଧ୍ୟକ୍ଷ ଜାକା ଆଶ୍ରାଫ ଶ୍ରୀଲଙ୍କାରେ ଖରାପ ପାଗକୁ ଦୃଷ୍ଟିରେ ରଖି ଏସିଆ କପ ୨୦୨୩ର ଅବଶିଷ୍ଟ ମ୍ୟାଚକୁ ପାକିସ୍ତାନକୁ ସ୍ଥାନାନ୍ତର କରିବାକୁ ଏସିସି ସଭାପତି ଜୟ ଶାହାଙ୍କୁ ପରାମର୍ଶ ଦେଇଛନ୍ତି।ସୂଚନାଯୋଗ୍ୟ, ସେପ୍ଟେମ୍ବର ୯ରୁ କଲମ୍ବୋରେ ମ୍ୟାଚ ଖେଳାଯିବ ଏବଂ ଏହା ପରେ ସେଠାରେ ଫାଇନାଲ ମଧ୍ୟ ଖେଳାଯିବ।

କାଣ୍ଡିରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯାଇଥିଲା, ଯେଉଁଠାରେ ଭାରତୀୟ ଦଳର ଇନିଂସ ପରେ ବର୍ଷା ହେତୁ ମ୍ୟାଚ ପୁନଃ ଆରମ୍ଭ ହୋଇପାରିଲା ନାହିଁ। ଏଥି ସହିତ ଆସନ୍ତା ଦିନରେ କଲମ୍ବୋରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

Share