Categories: ଖେଳ

ରିଜୱାନଙ୍କ ଆଉଟ୍‌ ନିଷ୍ପତ୍ତି ଉପରେ ପାକିସ୍ଥାନ ନେବ କାର୍ଯ୍ୟାନୁଷ୍ଠାନ, ଆଇସିସିରେ କରିବ ଅଭିଯୋଗ

ନୂଆଦିଲ୍ଲୀ,୩୦।୧୦: ମେଲବନର୍ର୍ରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ମହମ୍ମଦ ରିଜୱାନଙ୍କୁ ଆଉଟ୍‌ ଦେବା ନିଷ୍ପତ୍ତି ଉପରେ ବିବାଦ ଥମି ନଥିବା ଜଣାପଡିଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସହିତ ଆଲୋଚନା କରିବ ବୋଲି ଜଣାପଡିଛି।

ଶୁକ୍ରବାର ମେଲବନର୍ର୍ରେ ଅନୁଷ୍ଠିତ ବକ୍ସିଂ ଡେ’ ଟେଷ୍ଟରେ ପାକିସ୍ତାନ ଦଳ ବିଜୟର ନିକଟତର ମନେ ହେଉଥିଲା। ପାକିସ୍ତାନ ଦଳକୁ ମାତ୍ର ୯୮ ରନ୍‌ ଆବଶ୍ୟକ ଥିଲା ଏବଂ ସେମାନଙ୍କ ହାତରେ ୫ ଉଇକେଟ୍‌ ବାକି ଥିଲା। ଏଠାରେ ମହମ୍ମଦ ରିଜୱାନ ଏବଂ ସଲମାନ ଆଗା ପିଚରେ ଠିଆ ହୋଇଥିଲେ। ସେହି ସମୟରେ ପ୍ୟାଟ୍‌ କମିନ୍ସଙ୍କ ଏକ ବଲରେ ରିଜୱାନଙ୍କୁ ତୃତୀୟ ଅମ୍ପାୟାର ଆଉଟ୍‌ ଦେଇଥିଲେ। ଏହି ନିଷ୍ପତ୍ତିରେ ରିଜୱାନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମ୍ୟାଚ ପରେ ପାକିସ୍ତାନ ଦଳର ନିର୍ଦ୍ଦେଶକ ମହମ୍ମଦ ହଫିଜ ମଧ୍ୟ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ପାକିସ୍ତାନ ଏଠାରେ ଭଲ ଖେଳିଛି କିନ୍ତୁ କିଛି ତ୍ରୁଟି ଯୋଗୁ ସେମାନଙ୍କୁ ମ୍ୟାଚ ହରାଇବାକୁ ପଡିଲା।

Share