Categories: ଖେଳ

ପୂରା ଯୋଜନାକୁ ନଷ୍ଟ କରିଦେଲେ ଜୟ ଶାହା, ଏସିସି ଅଧ୍ୟକ୍ଷଙ୍କ ଉପରେ ଏଭଳି ଅଭିଯୋଗ ଆଣିଲା ପିସିବି

ନୂଆଦିଲ୍ଲୀ,୨୨।୭: ୩୦ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ଏସିଆ କପ କାର୍ଯ୍ୟସୂଚୀ ଘୋଷଣା ହୋଇସାରିଛି। ବର୍ତ୍ତମାନ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବିସିସିଆଇ ସଚିବ ତଥା ଏସୀୟ କ୍ରିକେଟ ପରିଷଦ (ଏସିସି) ସଭାପତି ଜୟ ଶାହାଙ୍କ କାର୍ଯ୍ୟସୂଚୀ ଘୋଷଣା ତାଙ୍କ ସରକାରୀ କାର୍ଯ୍ୟକ୍ରମ ପୂର୍ବରୁ କରାଯାଇଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏସିଆ କପ ୨୦୨୩ ର ଅଫିସିଆଲ କାର୍ଯ୍ୟସୂଚୀ ଏବଂ ଟ୍ରଫି ଉନ୍ମୋଚନ ବିଷୟରେ ପିସିବି ଲାହୋରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏଥିରେ ପିସିବି ସଭାପତି ଜକା ଅଶ୍ରଫଙ୍କ ବ୍ୟତୀତ ପାକିସ୍ତାନର ବହୁ ପୂର୍ବତନ ଖେଳାଳି ମଧ୍ୟ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମର ପ୍ରାୟ ଅଧ ଘଣ୍ଟା ପୂର୍ବରୁ ଏସିସି ସଭାପତି ଜୟ ଶାହା ସୋସିଆଲ ମିଡିଆରେ ଟୁଇଟ୍‌ କରି ପୁରା କାର୍ଯ୍ୟକ୍ରମ ଘୋଷଣା କରିଥିଲେ।

ପିସିବି ପିଟିଆଇକୁ ଦେଇଥିବା ବିବୃତ୍ତିରେ କହିଛି ଯେ, ଲାହୋରରେ ଘୋଷଣା ହେବାକୁ ଥିବା ସରକାରୀ କାର୍ଯ୍ୟସୂଚୀ ବିଷୟରେ ପିସିବି ପୂର୍ବରୁ ଏସିସିକୁ ସୂଚନା ଦେଇଥିଲା। କିନ୍ତୁ ପାକିସ୍ତାନର ସମୟ ଅନୁଯାୟୀ କାର୍ଯ୍ୟସୂଚୀ ଘୋଷଣା ହେବାର ଅଧ ଘଣ୍ଟା ପୂର୍ବରୁ ଜୟ ଶାହା ଟୁଇଟ୍‌ କରି ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଏହି କାରଣରୁ, ପିସିବିର ସମ୍ପୂର୍ଣ୍ଣ ପ୍ରୋଗ୍ରାମର କୌଣସି ରହିଲାନାହିଁ। ଏ ସମ୍ପର୍କରେ ଆମେ ଏସିସି ଉପରେ ଅସନ୍ତୋଷ ବ୍ୟକ୍ତ କରିଛୁ।

Share