ଦଳରୁ ବହିଷ୍କାର ପରେ ବିଜେଡି-କଂଗ୍ରେସ ବିଷୟରେ ଭିତିରି କଥା କହିଦେଲେ ମାନସ

ଭୁବନେଶ୍ୱର,୮।୬: କଂଗ୍ରେସର କଟକ ଜିଲା ସଭାପତି ମାନସ ଚୌଧୁରୀଙ୍କୁ ଶୁକ୍ରବାର ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ଯାହା ପରେ ସେ କଂଗ୍ରେସ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ମାନସ କହିଛନ୍ତି, ଏଥର ନିର୍ବାଚନରେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ପ୍ରଭାରୀ ଅଜୟ କୁମାର ବିଜେଡିଠୁ ଟଙ୍କା ନେଇ ବାରମ୍ବାର ଦଳୀୟ ଟିକେଟ୍‌ ପରିବର୍ତ୍ତନ କରିଛନ୍ତି। କଂଗ୍ରେସ କାହାର ପୈତୃକ ସମ୍ପତ୍ତି ନୁହେଁ ଓ ତାଙ୍କୁ ବହିଷ୍କାର କରିବାର କ୍ଷମତା ଶରତ ପଟ୍ଟନାୟକଙ୍କର ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଦଳ ବିରୋଧୀ କାର୍ଯ୍ୟ ଯୋଗୁ ମାନସ ଚୌଧୁରୀଙ୍କୁ କଂଗ୍ରେସ ୬ ବର୍ଷ ପାଇଁ ନିଲମ୍ବନ କରିଛି।