ଡାକ୍ତରଖାନାରେ ପିସିସି ସଭାପତି

ଭୁବନେଶ୍ୱର, ୮ା୩(ବ୍ୟୁରୋ): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଙ୍ଗଳବାର ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ଅସୁସ୍ଥ ହୋଇପଡିଥିଲେ। ଏହାପରେ ତାଙ୍କୁ ଭଲ ନ ଲାଗିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ତାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବାବେଳେ ଆସନ୍ତା ୨ ଦିନ ତାଙ୍କ ଉପରେ ନଜର ରଖିବା ଲାଗି ଡାକ୍ତରୀ ଦଳ ପରାମର୍ଶ ଦେଇଛନ୍ତି। ଏନେଇ କଂଗ୍ରେସ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ସୂଚନା ଦେଇଛନ୍ତି।

Share