ପିସିସି ସଭାପତି ଭକ୍ତ ଦାସଙ୍କ ପାୱାର୍‌ ଶୋ: କଂଗ୍ରେସ କର୍ମୀ-ପୋଲିସ ଧସ୍ତାଧସ୍ତି, ମହିଳା କର୍ମୀଙ୍କୁ ଉଠାଇ ନେଲେ…

ଭୁବନେଶ୍ୱର,୧।୩: ରାଜ୍ୟରେ ନାବାଳିକା ଗର୍ଭବତୀ ହେବାକୁ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ପାୱାର୍‌ ଶୋ ବେଳେ ଲୋୟର ପିଏମ୍‌ଜିରେ କଂଗ୍ରେସ କର୍ମୀ-ପୋଲିସ ଧସ୍ତାଧସ୍ତି ହୋଇଛନ୍ତି। ମହିଳାଙ୍କ ଉପରେ ଅତ୍ୟାଚାର ଅଭିଯୋଗରେ କଂଗ୍ରେସର ବିକ୍ଷୋଭ ଚାଲିଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯିବା ବେଳେ ଏହି ଧସ୍ତାଧସ୍ତି ହୋଇଛନ୍ତି।
କିଟ୍‌ରେ ଛାତ୍ରୀ ମୃତ୍ୟୁ, ଦଶମ ଛାତ୍ରୀ ପ୍ରସବ ଘଟଣାକୁ ନେଇ ହଲାବୋଲ ହୋଇଛି। ରାଜ୍ୟରେ ନାବାଳିକା ଗର୍ଭବତୀ ହେବାକୁ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ପାୱାର୍‌ ଶୋ’ କରିଛନ୍ତି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବାକୁ ଆସିଥିବା କଂଗ୍ରେସ ମହିଳା ସଭାପତିଙ୍କୁ ମହିଳା ପୋଲିସ ଉଠାଇ ନେଉଥିବା ମଧ୍ୟ ଦେଖିବାକୁ ମିଳିଛି।