ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କରୋନା ସଂକ୍ରମିତ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କୋଭିଡ୍‌ ପଜିଟିଭ ହୋଇଛନ୍ତି। ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୋମବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି । ସଂକ୍ରମିତ ଚିହ୍ନଟ ହୋଇ ସେ ଏବେ ଚିକିତ୍ସିତ ହେଉଛନ୍ତି । ଗତ କିଛିଦିନରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କରୋନା ପରୀକ୍ଷା କରିବା ସହିତ ଆଇସୋଲେଶନରେ ରହିବାକୁ ସେ ଅନୁରୋଧ କରିଛନ୍ତି । ପୂର୍ବରୁ ମଧ୍ୟ ସେ କୋଭିଡ ସଂକ୍ରମିତ ହୋଇଥିଲେ । ପୁଣି ଥରେ ତାଙ୍କର କୋଭିଡ ରିପୋର୍ଟ ପଜିଟିଭ ଆସିଥିବା ସେ ସୂଚନା ଦେଇଛନ୍ତି ।

Share