ପିସିସି ସଭାପତିଙ୍କୁ ୫ଶହ ଟଙ୍କା ଜରିମାନା

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରି ଜରିମାନା ଗଣିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଶୁକ୍ରବାର ପଟ୍ଟନାୟକଙ୍କ ସମେତ ଅନ୍ୟ କେତେଜଣ ସମର୍ଥକଙ୍କୁ କମିଶନରେଟ ପୋଲିସ ୫ଶହ ଟଙ୍କା ଲେଖାଏ ଜରିମାନା କରିଛି। କିଛିଦିନ ତଳେ କଂଗ୍ରେସ ଭବନରେ ରାଜ୍ୟ ଯୁବ କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ପିସିସି ସଭାପତି ପଟ୍ଟନାୟକ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ସେହିଭଳି କରୋନା ମହାମାରୀ ପରିଚାଳନାରେ ସରକାରଙ୍କ ବିଫଳତାକୁ ନେଇ ରାଜ୍ୟପାଳଙ୍କୁ ଦାବିପତ୍ର ଦେବାକୁ ସମର୍ଥକଙ୍କ ସହ ଯାଇଥିଲେ ପିସିସି ସଭାପତି। ଏହି ସମୟରେ ମଧ୍ୟ ସାମାଜିକ ଦୂରତ୍ୱ ନିୟମକୁ ନ ମାନି ସମର୍ଥକଙ୍କ ସହ ଏକାଠି ହୋଇଥିଲେ।

Share