କଂଗ୍ରେସ ଛାଡ଼ିଲେ ପିସିସି ଉପସଭାପତି ରଜତ ଚୌଧୁରୀ

ଭୁବନେଶ୍ୱର,୧ା୩: ପ୍ରଦେଶ କଂଗ୍ରେସ ଉପସଭାପତି ରଜତ ଚୌଧୁରୀ ଶୁକ୍ରବାର କଂଗ୍ରେସ ଛାଡ଼ିଛନ୍ତି। ପ୍ରାଥମିକ ସଦସ୍ୟ ପଦରୁ ବି ସେ ଇସ୍ତଫା ଦେଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ରଜତ ପୂର୍ବରୁ ରାଜ୍ୟ କଂଗ୍ରେସର ଯୁବ ସଭାପତି ଥିଲେ। ପରେ ସେ ସାଧାରଣ ସମ୍ପାଦକ ମଧ୍ୟ ହୋଇଥିଲେ। ରଜତ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ିଥିବାରୁ ଦଳକୁ ଶକ୍ତ ଝଟ୍‌କା ଲାଗିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି।

Share