ମହାବଳ ବାଘର ସୁରକ୍ଷା ନେଇ ପିସିସିଏଫ୍‌ଙ୍କ ସମୀକ୍ଷା

କେନ୍ଦୁଝର,୧୯ା୭(ନରେଶ ପଟ୍ଟନାୟକ): ଘଟଗାଁ ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ଥିବା ମହାବଳ ବାଘର ସୁରକ୍ଷା ଉପରେ ସମୀକ୍ଷା କରିବା ପାଇଁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ସୁଶୀଲ କୁମାର ପୋପଲି ବୁଧବାର ଦିନିକିଆ କେନ୍ଦୁଝର ଗସ୍ତରେ ଆସି ଅଟେଇ ଜଙ୍ଗଲ ବୁଲିବା ସହ ବିଭାଗର ପଦାଧିକାରୀଙ୍କ ସହ ଘଟଗାଁଠାରେ ସମୀକ୍ଷା କରିଛନ୍ତି। ତାଙ୍କ ସହିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ତଥା ଆର୍‌ସିସିଏଫ୍‌ ବାରିପଦା ସର୍କଲ ଡକ୍ଟର ପ୍ରକାଶ ଚନ୍ଦ୍ର ଗୁଗୁନାନୀ, ଆରସିସିଏଫ୍‌ ରାଉଲକେଲା ଡକ୍ଟର ଅରୁଣ କୁମାର ମିଶ୍ର, ଡିଏଫ୍‌ଓ ଧନରାଜ ଏଚ୍‌ଡି, ଆନନ୍ଦପୁର ବନ୍ୟପ୍ରାଣୀ ଡିଜିଭିନର ଡିଏଫ୍‌ଓ ଅଭୟ କୁମାର ଦଳେଇ, ଘଟଗାଁ ରେଞ୍ଜର ପ୍ରଭାତ କୁମାର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ। ବିଶେଷକରି ଟ୍ରାପ୍‌ କ୍ୟାମେରାରେ ଉଠିଥିବା ମହାବଳ ବାଘ ଫଟୋକୁ ଅନୁଧ୍ୟାନ କରିବା ସହ ବାଘ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ଆଦି ସମୀକ୍ଷା କରିଥିଲେ। ସୂଚନାଯୋଗ୍ୟ, ଏହି ଅଣ୍ଡିରା ମହାବାଳ ବାଘଟି ଦୀର୍ଘମାସ ହେବ ଅଟେଇ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ରହି ଆସୁଥିବା ବେଳେ ସେଭଳି କୌଣସି କ୍ଷୟକ୍ଷତି ଘଟାଇନାହିଁ। ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ମିଳୁଥିବାରୁ ଅଟେଇ ଜଙ୍ଗଲରେ ରହିଛି।

Share